
I & PR Department, Odisha
@IPR_Odisha • 799,296 subscribers
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
Shorts
Videos

SIR-୨୦୨୬ ଅନ୍ତର୍ଗତ ପରିଗଣନା ଫର୍ମକୁ ଅଫଲାଇନ୍ରେ କିପରି ପୂରଣ କରିବେ ଜାଣିବାକୁ ଚାହୁଁଛନ୍ତି କି? ଏହି ଭିଡିଓରେ ଦର୍ଶାଯାଇଥିବା ପଦକ୍ଷେପ ଅନୁସାରେ ଅଫଲାଇନ୍ ପରିଗଣନା ଫର୍ମ ପୂରଣ ପ୍ରକ୍ରିୟାକୁ ସରଳ ଓ ସ୍ପଷ୍ଟ ଭାବରେ ଜାଣନ୍ତୁ। ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ମୂଲ୍ୟବାନ ସହଯୋଗ ଦିଅନ୍ତୁ। କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସହଭାଗୀ ହୁଅନ୍ତୁ। ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ସୁଦୃଢ଼ ଓ ସଶକ୍ତ ଗଣତନ୍ତ୍ରର ଭିତ୍ତି।
I & PR Department, Odisha11,428 просмотров • 1 месяц назад

ରାଜ୍ୟରେ ବିଏସ୍କେୱାଇ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧରେ ମୁଖ୍ଯ ଶାସନ ସଚିବଙ୍କ ସ୍ପଷ୍ଟୀକରଣ:
I & PR Department, Odisha107,748 просмотров • 2 лет назад

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ସାମଗ୍ରିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟ ଶାସନ ସଚିବ ଶ୍ରୀ ପି. କେ. ଜେନା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। #ବିକଶିତଓଡ଼ିଶା
I & PR Department, Odisha81,962 просмотров • 2 лет назад

Vehicle going to #Puri from Bhubaneswar | 9PM, 29th June, 2023 #Sunabesha #RathaYatra2023
I & PR Department, Odisha85,305 просмотров • 3 лет назад

ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡଙ୍କ ଅସୁସ୍ଥତା ବଶତଃ ପରଲୋକ ଘଟିବା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ସହାୟତା ଯୋଗାଇ ଦେବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ମୁରଲୀଧରଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବ। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୁରଲୀଧରଙ୍କ ମର ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନ ଥିଲା। ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଥିଲେ ଯେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ରଖନ୍ତୁ। ମୁଁ ଆପଣଙ୍କ ସହିତ ଅଛି। ଝିଅକୁ କହିଥିଲେ ତୁମେ ଭଲ ପାଠ ପଢୁଛ। ତୁମେ କିପରି ପାଠ ପଢା ଜାରି ରଖିବ ସେଥିପାଇଁ ମୋର ସହଯୋଗ ରହିବ। ତୁମେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୁଅ, ସେଥିପାଇଁ ମୋର ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। #PeoplesCM
I & PR Department, Odisha48,534 просмотров • 2 лет назад

ଟ୍ରେନ୍ ଦୁର୍ଘଟଣା ସମ୍ବନ୍ଧୀତ ସୂଚନା ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ପ୍ରେସ୍ ବିବୃତି:
I & PR Department, Odisha58,547 просмотров • 3 лет назад

Odisha Tableau in the Republic Day Parade, 2024 in New Delhi is adjudged the Best-1 in the State Category. The depiction of the artistry of Pattachitra of Raghurajpur by women and the income generated has garnered national attention. This is a feat attained by the Govt of Odisha in I & PR Dept under the inspiring leadership of Hon'ble CM Sri Naveen Patnaik. #NaveenOdisha #5T
I & PR Department, Odisha42,762 просмотров • 2 лет назад

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ପ୍ରଥମ ବିଶ୍ୱ #ଓଡ଼ିଆଭାଷାସମ୍ମିଳନୀ’ ଅନୁଷ୍ଠିତ ହେଉଛି। ଏଥିରେ ଯୋଗଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ। ଫେବୃଆରୀ ୩ ତାରିଖ ପୂର୍ବାହ୍ନ ୧୧ଟା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଆ ଭାଇଭଉଣୀମାନେ ବିଶ୍ୱରେ ଯିଏ ଯେଉଁଠି ଅଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଶ୍ରୀମତୀ କାର୍ତ୍ତିକେୟନ ଅନୁରୋଧ କରିଛନ୍ତି। #ଓଡ଼ିଆଭାଷାସମ୍ମିଳନୀ
I & PR Department, Odisha33,844 просмотров • 2 лет назад

ପବିତ୍ର ନିଳାଦ୍ରୀବିଜେ ନୀତି: #puri #ରଥଯାତ୍ରା୨୦୨୩
I & PR Department, Odisha37,223 просмотров • 3 лет назад

Shree Mandira Parikrama Prakalpa will be inaugurated on 17th January, 2024. The project is born out of the vision of Hon'ble CM Sri Naveen Patnaik to make #Puri into a world heritage destination and to facilitate devotees hassle free Darshan of lord #SriJagannatha. #Puri
I & PR Department, Odisha26,347 просмотров • 2 лет назад

ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି। ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି। କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ସ୍କଲାରସିପ ଦେଉଛନ୍ତି। କାଳିଆ ସହାୟତାରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ। #କାଳିଆ
I & PR Department, Odisha23,872 просмотров • 2 лет назад

ଓଡ଼ିଶାର କଳା, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ଏବଂ କ୍ରୀଡ଼ା ରାଜ୍ୟର ସଂସ୍କୃତି ଏବଂ ଐୖତିହ୍ୟର ସୂକ୍ଷ୍ମ ବା କୋମଳ ଶକ୍ତି। ଏହି ସୂକ୍ଷ୍ମଶକ୍ତି ଆଧାରରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରାଯାଇପାରିବ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ ‘ସଂସ୍କୃତି ଏବଂ ଐତିହ୍ୟ: ରାଜ୍ୟର ସୂକ୍ଷ୍ମଶକ୍ତି’ ଏକ ବିଶେଷ ଅଧିବେଶନରେ ଯୋଗ ଦେଇ ଏହି ମତ ଦେଇଥିଲେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଚାରୁଦତ୍ତ ପାଣିଗ୍ରାହୀ।
I & PR Department, Odisha13,751 просмотров • 2 лет назад
Больше нет контента для загрузки