Mohan Charan Majhi's banner
Mohan Charan Majhi's profile picture

Mohan Charan Majhi

@MohanMOdisha112,608 subscribers

Chief Minister of Odisha

Shorts

ଓଡ଼ିଶା ମାଟିର ସୁଯୋଗ୍ୟା କନ୍ୟା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ତାଙ୍କର ପ୍ରିୟ ଜନ୍ମମାଟି ରାଇରଙ୍ଗପୁରରେ ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଜୀଙ୍କ ସହ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲି। ଆମ ସରକାରଙ୍କ ସେବା ଓ ସୁଶାସନର ଦୁଇ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ତାଙ୍କର ଏହି ଆଗମନ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ଗୌରବାନ୍ୱିତ କରିଛି। ତାଙ୍କର ସରଳତା ଓ ସଂଘର୍ଷର କାହାଣୀ ପ୍ରତିଟି ଓଡ଼ିଆଙ୍କ ପାଇଁ ଶ୍ରେଷ୍ଠ ପ୍ରେରଣା। ଓଡ଼ିଶାର ବିକାଶ ଓ ପ୍ରଗତି ଯାତ୍ରାରେ ମାନ୍ୟବର ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଆମକୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆହୁରି ଦୃଢ଼ ସଂକଳ୍ପବଦ୍ଧ କରିବ। #2YearsofLokankaSarakar #BikasharaDharaOdishaSara President of India Dr. Hari Babu Kambhampati

11,774 просмотров

ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ବାଳକକୁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଅତି ସଫଳତାର ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଜଟିଳ ପରିସ୍ଥିତିରେ ଆମ ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ। #ଲୋକଙ୍କସରକାର

14,862 просмотров

ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରିଚାଳନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କଲି । ଚଳିତ ବର୍ଷ ରଥଯାତ୍ରାରେ କିପରି ଶୃଙ୍ଖଳିତ ନୀତିକାନ୍ତି ଓ ମହାପ୍ରଭୁଙ୍କୁ ତାଙ୍କର ଅଗଣିତ ଭକ୍ତ ସହଜରେ ଦର୍ଶନ କରିପାରିବେ ସେନେଇ ଗୁରୁତ୍ଵ ଦିଆଯାଇଛି । ଜୟ ଜଗନ୍ନାଥ 🙏

90,781 просмотров

Videos

MohanMOdisha's profile picture

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India

Mohan Charan Majhi

13,850 просмотров • 12 дней назад

MohanMOdisha's profile picture

ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ଅଭାବ, ଆବଶ୍ୟକତା, ଦୁଃଖ, ଅସୁବିଧାକୁ ପିଲାଟି ଦିନରୁ ଅଙ୍ଗେନିଭେଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେବା ପରେ ମୋ ଜୀବନକୁ ସମାଜ ଓ ରାଷ୍ଟ୍ରସେବାରେ ଉତ୍ସର୍ଗ କରିବାର ପ୍ରେରଣା ପାଇଥିଲି। ସେବେଠାରୁ ଆପଣମାନଙ୍କ ସମସ୍ୟା ସମାଧାନ ପାଇଁ ନିରନ୍ତର ଲଢ଼ିଛି ଓ ଲଢୁଛି ମଧ୍ୟ । ବର୍ଷେ ତଳେ ଆପଣ ମାନେ ମୋତେ ରାଜ୍ୟର ସେବା କରିବାପାଇଁ ଆସ୍ଥା ପ୍ରକଟ କରି ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ। ମୁଁ ମୁଖ୍ୟମନ୍ତ୍ରୀ ହେବା ପରଠୁ ରାଜ୍ୟର ସବୁ ଅଞ୍ଚଳର, ସମାଜର ସବୁ ବର୍ଗର ସମସ୍ୟାକୁ ଦୂର କରି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ଆପଣଙ୍କ ସମର୍ଥନ ହିଁ ମୋର ଶକ୍ତି, ଆପଣଙ୍କ ବିଶ୍ୱାସ ମୋତେ କାମ କରିବାକୁ ପ୍ରେରଣା ଦିଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାକୁ ନେଇ ଆମେ କାମ କରିଚାଲିଛୁ , କୌଣସି ବାଧା ବିଘ୍ନ, ଆଲୋଚନା ସମାଲୋଚନା ଆମକୁ ଆପଣମାନଙ୍କ ସେବା କରିବାରୁ ଅଟକାଇ ପାରିବନି। #barshaekupalabdhianek

Mohan Charan Majhi

80,437 просмотров • 1 год назад

MohanMOdisha's profile picture

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ପ୍ରାଣବିନ୍ଦୁ ଏବଂ ଆମ ସାଂସ୍କୃତିକ ଆଧ୍ୟାତ୍ମିକ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ। ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'। ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସଂକୁଚିତ ରାଜନୈତିକ ଆଭିମୁଖ୍ୟ ଏବଂ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ 'ଜଗନ୍ନାଥ ଧାମ' ନାମର ଅପପ୍ରୟୋଗ କରାଯାଇଥିଲା। ଶ୍ରୀକ୍ଷେତ୍ରର ସନାତନ ଗରିମାକୁ ଅଣଦେଖା କରି କରାଯାଇଥିବା ଏହି ନାମକରଣ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସକୁ ଗଭୀର ଭାବେ ଆହତ କରିଥିଲା। ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Suvendu Adhikari ଜୀଙ୍କୁ ପତ୍ର ଲେଖି ଆମର ଗଭୀର ଆପତ୍ତି ଜଣାଇବା ସହ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ପୂର୍ବ ସରକାରଙ୍କ ସେହି ଦୂରଦୃଷ୍ଟିହୀନ ନୀତିକୁ ବଦଳାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏହି ସମ୍ବେଦନଶୀଳ ପ୍ରସଙ୍ଗର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଦୀଘା ପ୍ରକଳ୍ପରୁ 'ଧାମ' ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ କେନ୍ଦ୍ର’ (Sri Sri Jagannath Mandir Cultural Center) ଭାବେ ନାମିତ କରାଯିବ। ପଶ୍ଚିମବଙ୍ଗର ନୂତନ ସରକାରଙ୍କର ଏହି ତ୍ୱରିତ ଏବଂ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ଆନ୍ତରିକ ସାଧୁବାଦ ଜଣାଉଛି। ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁଙ୍କ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଦାସର୍ବଦା ଦୃଢ଼ତା ସହ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ! 🙏

Mohan Charan Majhi

11,140 просмотров • 1 месяц назад

MohanMOdisha's profile picture

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Mohan Charan Majhi

21,444 просмотров • 4 месяцев назад

MohanMOdisha's profile picture

ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।

Mohan Charan Majhi

40,893 просмотров • 10 месяцев назад

MohanMOdisha's profile picture

ଆଜି ଖଡ଼ିଛୁଆଁ କାର୍ଯ୍ୟକ୍ରମରେ କୁନି କୁନି ଭାଇ ଭଉଣୀମାନଙ୍କୁ ଭେଟିବାର ଏକ ସୁନ୍ଦର ସୁଯୋଗ ମିଳିଲା। ବିଦ୍ୟାଳୟକୁ ଯିବା ପାଇଁ ସେମାନଙ୍କ ମନରେ ଥିବା ଉତ୍ସାହ ଏବଂ ନୂଆ କିଛି ଶିଖିବାର ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ସେମାନଙ୍କ ସହ କଥା ହେବା ବେଳେ ଅନୁଭବ କଲି ଯେ, ଏହି କୁନି କୁନି ଆଖିର ଅଜସ୍ର ସ୍ୱପ୍ନ ଗୁଡ଼ିକ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ନିଅଁ ଗଢ଼ିବ। ପିଲାମାନଙ୍କ ମୁହଁରେ ଖୁସି ଦେଖିଲେ ମନରେ ଏକ ଅପୂର୍ବ ଶାନ୍ତି ମିଳେ। ସେମାନଙ୍କ ସରଳ ହସ ଏବଂ ଅକୁଣ୍ଠିତ ମନର କଥା ମୋ ହୃଦୟକୁ ଛୁଇଁଗଲା। ତୁମେମାନେ ପଢ଼, ବଢ଼ ଏବଂ ନିଜ ସ୍ୱପ୍ନକୁ ସାକାର କର ; ମୋର ଆଶୀର୍ବାଦ ସବୁବେଳେ ତୁମମାନଙ୍କ ସହ ଅଛି। #ଖଡ଼ିଛୁଆଁ #ଓଡ଼ିଆପକ୍ଷ

Mohan Charan Majhi

14,803 просмотров • 3 месяцев назад

MohanMOdisha's profile picture

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।

Mohan Charan Majhi

13,791 просмотров • 3 месяцев назад

MohanMOdisha's profile picture

ଧନ୍ୟବାଦ ବରଗଡ଼ 🙏

Mohan Charan Majhi

56,379 просмотров • 2 лет назад