
Mohan Charan Majhi
@MohanMOdisha • 112,608 subscribers
Chief Minister of Odisha
Shorts
Videos

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ ଆମ ସରକାରଙ୍କ ଦୃଢ ନେତୃତ୍ବରେ ଓଡ଼ିଶାରେ ସୁଶାସନର ଏହି ଦୁଇ ବର୍ଷ ରାଜ୍ୟ ପ୍ରଗତିର ଏକ ନୂଆ ଅଧ୍ୟାୟ ରଚନା କରିଛି। ବିକାଶର ଏହି ମହାନ ଯାତ୍ରାରେ ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ସୁଦୃଢ ଭିତ୍ତିଭୂମିର ବିକାଶ ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଆସୁଛୁ। ପ୍ରତିଟି ନାଗରିକଙ୍କ ସେବା ଓ କଲ୍ୟାଣ ପାଇଁ ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଆସନ୍ତୁ, ସମସ୍ତେ ମିଶି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାକୁ ଆହୁରି ଆଗକୁ ନେବା। #2YearsofLokankaSarakar #BikasharaDharaOdishaSara
Mohan Charan Majhi1,088,386 次观看 • 2 个月前

‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ଅଧୀନରେ ଆରମ୍ଭ ହୋଇଥିବା ‘ବିଦେଶ ଶିକ୍ଷାବୃତ୍ତି’ ମାଧ୍ୟମରେ ଏସ୍ସି ଓ ଏସ୍ଟି ବର୍ଗର ଛାତ୍ରଛାତ୍ରୀମାନେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚଶିକ୍ଷା ହାସଲ କରିପାରିବେ। ଯୁବଶକ୍ତିର ସଫଳତା ସହ ଆଗକୁ ବଢ଼ିବ ଓଡ଼ିଶା। #BideshSikhyabruti #InclusiveGrowth
Mohan Charan Majhi13,945 次观看 • 9 天前

ଗତ ସରକାରଙ୍କ ନୀତିହୀନତା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଖାଲି ପଡ଼ିଥିବା ପଦବୀ, ମନ୍ଥର ନିଯୁକ୍ତି ପ୍ରକ୍ରିୟା ଏବଂ ଦୀର୍ଘ ଦିନର ଅପେକ୍ଷା ଆମ ଯୁବପିଢ଼ିଙ୍କ ଆଶା ଓ ଭବିଷ୍ୟତକୁ ନିରାଶ କରିଥିଲା। ଆଜି ଆମ ‘ଲୋକଙ୍କ ସରକାର’ ୪୫,୦୦୦ରୁ ଊର୍ଦ୍ଧ୍ୱ ସ୍ୱଚ୍ଛ, ସମୟବଦ୍ଧ ଓ ଯୋଗ୍ୟତାଭିତ୍ତିକ ନିଯୁକ୍ତି ମାଧ୍ୟମରେ ଯୁବଶକ୍ତିର ସାମର୍ଥ୍ୟକୁ ସିଦ୍ଧି ପ୍ରଦାନ କରିଛନ୍ତି। ନିଯୁକ୍ତି କେବଳ ଗୋଟିଏ ସଂଖ୍ୟା ନୁହେଁ, ବରଂ ଆମ ଯୁବପିଢ଼ିଙ୍କ ନିଷ୍ଠା ପ୍ରତି ସମ୍ମାନ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରି ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ।
Mohan Charan Majhi10,074 次观看 • 8 天前

ବରିଷ୍ଠ ନାଗରିକଙ୍କ ସେବାହିଁ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଶ୍ରୀ ଜଗନ୍ନାଥ ଦର୍ଶନ କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଆମ ବରିଷ୍ଠ ନାଗରିକଙ୍କ ପ୍ରତି ଶ୍ରଦ୍ଧା ଓ ସେବାର ଏକ ପବିତ୍ର ପ୍ରୟାସ । ଶ୍ରବଣ କୁମାରଙ୍କ ଆଦର୍ଶରେ ପ୍ରେରିତ ହୋଇ ଆମ ସରକାର ବରିଷ୍ଠମାନଙ୍କୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେଇ ସେମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ପାଇଁ ପ୍ରତିବଦ୍ଧ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ପ୍ରଭୁଙ୍କ କରୁଣା ଲାଭ କରିବା ସହ ତାଙ୍କର ଆଶୀର୍ବାଦ ଆମ ସରକାରକୁ ଆଗାମୀଦିନରେ ଲୋକସେବାରେ ଆହୁରି ପ୍ରେରଣା ଦେବ । ଆପଣମାନଙ୍କ ଆଶୀର୍ବାଦକୁ ପାଥେୟ କରି ଲୋକଙ୍କ ସେବାରେ ସଦା ସମର୍ପିତ ଆମ ସରକାର ।
Mohan Charan Majhi46,710 次观看 • 6 个月前

ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ଅଭାବ, ଆବଶ୍ୟକତା, ଦୁଃଖ, ଅସୁବିଧାକୁ ପିଲାଟି ଦିନରୁ ଅଙ୍ଗେନିଭେଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେବା ପରେ ମୋ ଜୀବନକୁ ସମାଜ ଓ ରାଷ୍ଟ୍ରସେବାରେ ଉତ୍ସର୍ଗ କରିବାର ପ୍ରେରଣା ପାଇଥିଲି। ସେବେଠାରୁ ଆପଣମାନଙ୍କ ସମସ୍ୟା ସମାଧାନ ପାଇଁ ନିରନ୍ତର ଲଢ଼ିଛି ଓ ଲଢୁଛି ମଧ୍ୟ । ବର୍ଷେ ତଳେ ଆପଣ ମାନେ ମୋତେ ରାଜ୍ୟର ସେବା କରିବାପାଇଁ ଆସ୍ଥା ପ୍ରକଟ କରି ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ। ମୁଁ ମୁଖ୍ୟମନ୍ତ୍ରୀ ହେବା ପରଠୁ ରାଜ୍ୟର ସବୁ ଅଞ୍ଚଳର, ସମାଜର ସବୁ ବର୍ଗର ସମସ୍ୟାକୁ ଦୂର କରି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ଆପଣଙ୍କ ସମର୍ଥନ ହିଁ ମୋର ଶକ୍ତି, ଆପଣଙ୍କ ବିଶ୍ୱାସ ମୋତେ କାମ କରିବାକୁ ପ୍ରେରଣା ଦିଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାକୁ ନେଇ ଆମେ କାମ କରିଚାଲିଛୁ , କୌଣସି ବାଧା ବିଘ୍ନ, ଆଲୋଚନା ସମାଲୋଚନା ଆମକୁ ଆପଣମାନଙ୍କ ସେବା କରିବାରୁ ଅଟକାଇ ପାରିବନି। #barshaekupalabdhianek
Mohan Charan Majhi80,444 次观看 • 1 年前

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ #ଓଡ଼ିଶାଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରର ସହ "ଓଡ଼ିଆ ପକ୍ଷ' ପାଳନ କରାଯିବ। ଏହା ହେବ ଆମ ମହାନ ଓଡ଼ିଆ ଅସ୍ମିତା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତର ଉତ୍ସବ। ଆସନ୍ତୁ ମନ, ପ୍ରାଣ ତଥା ହୃଦୟରୁ ଓଡ଼ିଆ ହେବା। ସ୍ୱାଭିମାନୀ ଓଡ଼ିଆ ଭାବେ ସମସ୍ତେ ଏକ ହୋଇ ଏହି ଉତ୍ସବରେ ସାମିଲ ହେବା। ଜୟ ଜଗନ୍ନାଥ 🙏
Mohan Charan Majhi78,310 次观看 • 1 年前

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India
Mohan Charan Majhi14,378 次观看 • 1 个月前

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଆଜି ପବିତ୍ର ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତାର ଏହି ମହାମିଳନ ପର୍ବ ପାଇଁ ପ୍ରତିଟି ପ୍ରାଣ ଆଜି ପ୍ରତୀକ୍ଷାରତ। ବର୍ଷକେ ଥରେ ନିଜ ପ୍ରିୟ ଭକ୍ତମାନଙ୍କୁ ଆଲିଙ୍ଗନ କରିବା ପାଇଁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି ବିଶ୍ୱର ନିୟନ୍ତା। ଆସନ୍ତୁ, ଶ୍ରଦ୍ଧା ଓ ସମର୍ପଣର ସହ ମହାବାହୁଙ୍କ ଆଶୀର୍ବାଦ ଲାଭ କରି ସମଗ୍ର ମାନବ ସମାଜର ମଙ୍ଗଳ ସହ ଆମ ପ୍ରିୟ ଓଡ଼ିଶାର ନିରନ୍ତର ସମୃଦ୍ଧି ଓ ଉନ୍ନତି ପାଇଁ ସେହି ଚକାନୟନଙ୍କ ଚରଣାରବିନ୍ଦରେ ପ୍ରାର୍ଥନା କରିବା। ଜୟ ଜଗନ୍ନାଥ! 🙏 #RathaYatra #ShriJagannath
Mohan Charan Majhi11,460 次观看 • 1 个月前

Progress is measured not by promises, but by outcomes that improve people's lives. Every reform, every investment and every decision is creating new opportunities, strengthening infrastructure and ensuring that the benefits of development reach every corner of Odisha. Together, we are building a stronger, more inclusive, and Samruddha Odisha.
Mohan Charan Majhi11,684 次观看 • 1 个月前

ଆସନ୍ତା ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟର ପୂର୍ବ ପ୍ରସ୍ତୁତି ବୈଠକରେ ଅର୍ଥମନ୍ତ୍ରୀ, ଅର୍ଥ ବିଭାଗର ସଚିବ ଏବଂ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କଲି । ପୂର୍ବରୁ ଅନଲାଇନ ମାଧ୍ୟମରେ ଏହି ବଜେଟ ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲି, ଯେଉଁଥିରେ ପ୍ରାୟ ୧୨,୦୦୦ ଉର୍ଦ୍ଧ୍ଵ ମତାମତ ଆସିଛି । ସେଥିପାଇଁ ଜନସାଧାରଙ୍କୁ କୃତଜ୍ଞତା ଜଣାଉଛି । ଆଗାମୀ ବଜେଟ କିପରି ଭାବେ ଐତିହାସିକ ଏବଂ ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ଆମ ସରକାର ଧ୍ୟାନ ଦେବ ।
Mohan Charan Majhi76,496 次观看 • 2 年前

ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।
Mohan Charan Majhi41,005 次观看 • 11 个月前

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
Mohan Charan Majhi21,444 次观看 • 5 个月前

Progress is no longer an aspiration in Odisha. It is becoming a habit. Week after week, development is taking shape on the ground. From industry and education to heritage conservation and rural transformation, Odisha continues to move forward with clear purpose, steady momentum and a commitment to delivering results. #SamruddhaOdisha
Mohan Charan Majhi13,300 次观看 • 3 个月前