Prithiviraj Harichandan's banner
Prithiviraj Harichandan's profile picture

Prithiviraj Harichandan

@PrithivirajBJP17,703 subscribers

Cabinet Minister Of Law, Works & Excise Government of Odisha।। MLA ,Chilika Assembly Constituency ।।Ex President Utkal University Students Union.

Videos

PrithivirajBJP's profile picture

ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ବିଧାନସଭାଗୃହ ବାହାରେ ସାଧାରଣ ସଭାରେ ଦେଇଥିବା ବୟାନ ପ୍ରସଙ୍ଗରେ ବିଧାନସଭାର ପବିତ୍ର ଗୃହରେ ମୋର ବିବୃତି.... ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଯେଉଁ ବିବୃତି ଦେଇଥିଲେ, ସେ ବିବୃତି ସହ ସରକାର ସହମତି ନୁହଁନ୍ତି। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତାମତ ଅଟେ। ସମଗ୍ର ଓଡ଼ିଶା ପ୍ରଦେଶ ତଥା ଓଡ଼ିଶାର ଏକତା ଓ ଅଖଣ୍ଡତା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଏ ନେଇ କାହା ମନରେ କୈାଣସି ପ୍ରକାର ଦ୍ବନ୍ଦ ରହିବାର ଆବଶ୍ୟକତା ନାହିଁ,ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସରକାର ସଦା ସର୍ବଦା କାର୍ଯ୍ୟରତ ଏବଂ ଆମେ ସମସ୍ତେ ଜାଣିଛେ 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ' କୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା ସହିତ 'ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ' ଓ 'ଉତ୍ତର ଓଡ଼ିଶା ବିକାଶ ପରିଷଦ' ଗଠନ କରି ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଗଠନମୂଳକ କାର୍ଯ୍ୟ କରୁଛନ୍ତି ଏବଂ ଏହି ପ୍ରକ୍ରିୟା ଜାରିରହିବ। ସେହି ଦୃଷ୍ଟିକୋଣରୁ ମୁଁ କହିବାକୁ ଚାହେଁ, ରାଜନୀତିରେ ଆଲୋଚ଼ନା, ସମାଲୋଚନା, ବିକ୍ଷୋଭ ପ୍ରଦର୍ଶନୀ ଆଦି କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ରହିଛି। କିନ୍ତୁ ବିଧାନସଭା ଗୃହରେ ଯେଉଁଭଳି ଭାବେ ଆଜି ବିରୋଧିଦଳ‌‌ ପକ୍ଷରୁ ହିଂସାତ୍ମକ ଓ ଅସଂସଦୀୟ ଆଚ଼ରଣ କରାଗଲା। ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ଯ ନୁହେଁ। ସରକାର ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଆମେ ବିରୋଧି ଦଳକୁ ଯେ କୌଣସି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରୁଛୁ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ତଥା ରାଜ୍ୟକୁ ବିକାଶ ଓ ପ୍ରଗତି ରାସ୍ତାରେ ଚ଼ଳାଇବାକୁ ଆମେ ମିଳିମିଶି କାର୍ଯ୍ୟ କରିବା ଓ ଗୃହକୁ ମିଳିମିଶି ଚଳାଇବା ପାଇଁ ମାନ୍ୟବର ବିରୋଧି ଦଳର ସମସ୍ତ ସଦସ୍ୟଙ୍କୁ ବିନୀତ ଅନୁରୋଧ କରୁଛି। #OdishaAssembly #OdishaPolitics

Prithiviraj Harichandan

14,840 просмотров • 1 год назад

Больше нет контента для загрузки