
Sambad (ସମ୍ବାଦ)
@sambad_odisha • 479,848 subscribers
Tweets from Sambad - the largest circulated Odia Daily.
Shorts
Videos

#ଭାଇର_ବିଶ୍ୱାସ_ଆଉ_ଭଉଣୀର_ସଫଳତା ଲଗାତାର ୪ ଥର ବିଫଳତା ପରେ ଭାଙ୍ଗି ପଡ଼ିଥିଲା ଆତ୍ମବିଶ୍ୱାସ, କିନ୍ତୁ ଭାଇ କହିଥିଲେ "ତୁ ଦିନେ UPSC ଟପ୍ କରିବୁ"। ଭାଇଙ୍କ ସେହି ଅତୁଟ ବିଶ୍ୱାସ ଆଜି ସତ ହେଲା। ପଞ୍ଚମ ପ୍ରୟାସରେ ଅଲ୍ ଇଣ୍ଡିଆ ରାଙ୍କ-୧ ହାସଲ କରି ଆଇଏଏସ୍ ହେଲେ ପ୍ରୟାଗରାଜର ଶକ୍ତି ଦୁବେ। ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀଙ୍କ ଏହି ଅତୁଟ ଭଲପାଇବା ଓ ସଂଘର୍ଷର ପ୍ରେରଣାଦାୟୀ କାହାଣୀ ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟରେ। #RakshaBandhanSpecial #UPSTopper #IASShaktiDubey #BrotherSisterBond #UPSCSuccessStory #InspirationalStory #SambadDigital
Sambad (ସମ୍ବାଦ)17,617 просмотров • 2 месяцев назад

#ଯବାନଙ୍କ_କୋହଭରା_ଆବେଦନ "ମୁଁ ଦେଶ ସେବା କରିବି ନା ପରିବାରକୁ ବଞ୍ଚାଇବି? ନ୍ୟାୟ ନମିଳିଲେ ନିଜକୁ ଗୁଳି କରିଦେବି।" ଏଲଓସିରେ ମୁତୟନ ଥିବା ଉତ୍ତରପ୍ରଦେଶର ଯବାନ ବୀର ବାହାଦୂର ସିଂହଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। ଗାଁରେ ବାପା-ମାଆ ଓ ଗର୍ଭବତୀ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଭାଙ୍ଗିପଡ଼ିଲେ ସେନା ଯବାନ। #IndianArmy #IndianSoldierViralVideo #VeerBahadurSingh #LOCSoldier #DeoriaNews #UPPolice #SambadDigital
Sambad (ସମ୍ବାଦ)14,463 просмотров • 2 месяцев назад

#ମୋତେ_ଆଉ_ଖୋଜିବୁନି #ମାକୁ_ଦେଖୁଥିବୁ... କ୍ୟାନସର ରୋଗରେ ପୀଡ଼ିତ ବାପା ମୃତ୍ୟୁ ପୂର୍ବରୁ କୁନି ପୁଅ ହାତରେ ଦେଇଗଲେ ସାରା ପରିବାରର ଦାୟିତ୍ୱ। ମୁଁ ଚାଲିଗଲା ପରେ ମା’ ଓ ଦୁଇ ଭଉଣୀଙ୍କ ଯତ୍ନ ନେବୁ, ମୋତେ ମନେ ପକାଇ କାନ୍ଦିବୁନି... ବାପାର ଏହି କୋହଭରା କଥା ଶୁଣି ନିଜ ଲୁହ ରୋକିପାରୁନି କୁନି ପୁଅ। #ViralVideo #EmotionalStory #FatherSonBond #CancerPatient #EmotionalVideo #SambadDigital
Sambad (ସମ୍ବାଦ)18,291 просмотров • 3 месяцев назад

#ବାପା_ମୋତେ_ଏଠୁ_ନେଇ_ଯା... କାନ୍ଦି କାନ୍ଦି ବାପାକୁ ଯାବୁଡ଼ି ଧରିଲା ୪ ବର୍ଷର କୁନି ଝିଅ। ନୀଳଗିରିରୁ ସାମ୍ନାକୁ ଆସିଲା ଆଖିରେ ଲୁହ ଆଣିଦେବା ଭଳି ହୃଦୟବିଦାରକ ଦୃଶ୍ୟ। ମାଆ ଦ୍ୱିତୀୟ ବିବାହ କରି ଚାଲିଯିବା ପରେ CWC କନ୍ୟାଶ୍ରମରେ ରଖାଯାଇଥିବା କୁନି ଝିଅ ବାପାଙ୍କୁ ଭେଟି ଭୋ ଭୋ ହୋଇ କାନ୍ଦିଥିଲା। ହସ୍ତକ୍ଷେପ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ... #Nilagiri #FatherDaughterBond #PratapSarangi #EmotionalStory #Nilagiri #Balasore #SambadDigital
Sambad (ସମ୍ବାଦ)16,561 просмотров • 3 месяцев назад

#ମୁଁ_ରବର୍_ଷ୍ଟାମ୍ପ୍_ନୁହେଁ #କାମ_କର_ନହେଲେ_ଘରକୁ_ଯାଅ ଭରା ସଭାରେ ବାବୁମାନଙ୍କ ଉପରେ ରାଗିଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। ସରକାରୀ ଟଙ୍କାରେ ବିଦେଶ ବୁଲି ରିପୋର୍ଟ ନଦେବା ଆଉ ୫୮ କୋଲ୍ଡ ଷ୍ଟୋରେଜ୍ ବଦଳରେ ମାତ୍ର ଗୋଟିଏ ହେବା କଥା ଶୁଣି ରାଗିଯାଇଥିଲେ ଉପମୁଖ୍ୟମନ୍ତ୍ରୀ। 'ଆମେ ରବର ଷ୍ଟାମ୍ପ ନୁହଁ' ବୋଲି କହିବା ସହ ୭ ଦିନ ଭିତରେ କାମ ନସୁଧାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। #KVSinghDeo #OdishaPolitics #KrushiBhavan #AgricultureDepartment #ColdStorageIssue #DeputyCMOdisha #SambadDigital
Sambad (ସମ୍ବାଦ)13,212 просмотров • 2 месяцев назад

#ଅକ୍ଟୋବରରୁ_ନୂଆ_ନିୟମ ୟୁପିଆଇ ଟ୍ରାଞ୍ଜାକ୍ସନ କଲେ ଏଣିକି ଦେବାକୁ ହେବ ଏକ୍ସଟ୍ରା ଚାର୍ଜ। ମାସକୁ ମିଳିବ କେବଳ ୪ଟି ଫ୍ରି ଟ୍ରାଞ୍ଜାକ୍ସନ... ଏସବିଆଇ ଗ୍ରାହକଙ୍କ ବଢ଼ିଲା ଚିନ୍ତା। ଡିଜିଟାଲ୍ କାରବାରକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ଆସନ୍ତା ଅକ୍ଟୋବର ମାସରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ୟୁପିଆଇ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। #UPITransaction #SBI #StateBankOfIndia #DigitalPayments #BankingNews #UPINewRules #BusinessNews #SambadDigital
Sambad (ସମ୍ବାଦ)11,486 просмотров • 2 месяцев назад

#୮୦୦_ଟଙ୍କାରେ_ଚାକିରି_କରୁଥିଲେ_ନୀତା #ନାଚ_ଦେଖି_ନୀତାଙ୍କୁ_ବୋହୂ_କରିଥିଲେ_ଶଶୁର ଆଜିର ସମୟରେ ପୁରା ରୟାଲ ଅନ୍ଦାଜରେ ବଞ୍ଚୁଥିବା ନୀତା ପ୍ରାଏଭେଟ ସ୍କୁଲରେ ପାଠ ପଢ଼ାଉଥିଲେ l ତାଙ୍କର ଦରମା ଥିଲା ମାତ୍ର ୮୦୦ ଟଙ୍କା l ହେଲେ କିପରି ସେ ଅମ୍ବାନୀ ଘରର ବୋହୂ ହେଲେ ଆସନ୍ତୁ ଜାଣିବା l ବଡ଼ ରୋଚକ ନୀତାଙ୍କ କାହାଣୀ... #Sambad #NeetaAmbani #AmbaniFamily #InspiringWomen #Struggle #RealLifeJourney #MotivationalStory
Sambad (ସମ୍ବାଦ)20,638 просмотров • 6 месяцев назад

#ଭୁଲ୍_ସିପିଆର_ଦେବାରୁ_ଭାଙ୍ଗିଗଲା_ପଞ୍ଜରା_ହାଡ଼ ମଧ୍ୟପ୍ରଦେଶର ମୋରେନାରେ ଜଣେ ଶିକ୍ଷୟିତ୍ରୀ ହଠାତ୍ ଅଚେତ ହୋଇପଡ଼ିବା ପରେ ସାହାଯ୍ୟ କରିବାକୁ ଯାଇ ଲୋକମାନେ ତାଙ୍କୁ CPR ଦେଇଥିଲେ। ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ହୃଦଘାତ ହୋଇନଥିଲା ଏବଂ ଭୁଲ CPR ଯୋଗୁଁ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। #Sambad #CPR #FirstAid #HealthAwareness #MedicalNews #Morena #MadhyaPradesh #BreakingNews #EmergencyCare #CardiacArrest #SambadDigital
Sambad (ସମ୍ବାଦ)11,599 просмотров • 3 месяцев назад

#ବାପା_ଚାଲିଗଲେ, #ମାଆ_ସମ୍ଭାଳିନେଲେ ବିହାର ଗୟା ଜିଲ୍ଲାର ଏକ ଛୋଟ ଗାଁର ଝିଅ ତନବୀ ଆଜି ଚର୍ଚ୍ଚାରେ। ୭୦ତମ BPSC ପରୀକ୍ଷାରେ ସେ ୬୯୯ତମ ରାଙ୍କ ହାସଲ କରି ପ୍ରଥମ ଚେଷ୍ଟାରେ ରେଭେନ୍ୟୁ ଅଫିସର ପଦବୀ ପାଇଁ ମନୋନୀତ ହୋଇଛନ୍ତି । ହେଲେ ଏହି ସଫଳତା ପଛରେ ଲୁଚିଛି ଏକ ସଂଘର୍ଷର କାହାଣୀ। #Sambad #BPSC #SuccessStory #Bihar #RevenueOfficer #Motivation #Inspiration #WomenEmpowerment #CompetitiveExams #Education #IndiaNews #ViralNews
Sambad (ସମ୍ବାଦ)11,633 просмотров • 4 месяцев назад

#ଓଡ଼ିଶା_ବଜେଟ୍_୨୦୨୬_୨୭ - ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର - ୧ ହଜାର କୋଟି - ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି - ରତ୍ନଭଣ୍ଡାର ଗଣତିମଣତି - ୫ କୋଟି ଟଙ୍କାର ପ୍ରସ୍ତାବ #Sambad #OdishaBudget #MohanMajhi #OdishaAssembly #Budget2026 #OdishaNews
Sambad (ସମ୍ବାଦ)19,952 просмотров • 8 месяцев назад

#ଟଙ୍କା_ଗଲା_ନା_ନାହିଁ_ଆଗ_ଦେଖ ମଂଚ ଉପରୁ ହିତାଧିକାରୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଟଙ୍କା ଗଲାଣି ନା ନାହିଁ, ମେସେଜ ଆସିଲାଣି ନା ନାହିଁ ପଚାରିବା ସହ ଟଙ୍କା ଯିବାରେ ବିଳମ୍ବ କାହିଁକି ହେଉଛି କହି ବିଭାଗୀୟ ଅଧିକାରୀଙ୍କୁ ମଞ୍ଚରୁ ପ୍ରଶ୍ନ କଲେ ମୋହନ। #MohanMajhi #SubhadraYojana #SubhadraYojanaUpdate #WomenEmpowerment #Sambad #Odisha
Sambad (ସମ୍ବାଦ)17,496 просмотров • 9 месяцев назад

#ବୟସକୁ_ହରାଇଲା_ଭଲପାଇବା.. #ସ୍ତ୍ରୀକୁ_୩୦୦_କିମି_ଟଲିରେ_ଟାଣିଲେ.. ୭୦ ବର୍ଷ ବୟସରେ ଚାଲିବାବୁଲିବା କଷ୍ଟକର। ଏଭଳି ବୟସରେ ଜଣେ ବୃଦ୍ଧ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଧରି ୩୦୦ କିଲୋମିଟର ଟଲିରେ ଟାଣି ହସ୍ପିଟାଲରେ ପହଞ୍ଚିବା ପରେ ପୁଣି ଘରକୁ ଫେରୁଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। #Sambad #ViralVideo #InspiringStory #ElderlyCouple #UnbreakableBond #StruggleOfLife #EmotionalStory
Sambad (ସମ୍ବାଦ)14,341 просмотров • 9 месяцев назад

#ଦରକାର_ନାହିଁ_ଫୁଲତୋଡ଼ା #ପିଲାଙ୍କ_କଥା_ଭାବ ଦାମୀ ଫୁଲତୋଡ଼ାର ଆବଶ୍ୟକତା କ'ଣ କହି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ। ଫୁଲତୋଡ଼ା ବଦଳରେ ପିଲାଙ୍କୁ ଦେଇହେବ ଆପଲ। ଭିନ୍ନ ଅନ୍ଦାଜରେ ଭାଷଣ ଅଧାରେ କିଛି ଏଭଳି କଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। #Sambad #DharmendraPradhan #Odisha
Sambad (ସମ୍ବାଦ)13,012 просмотров • 11 месяцев назад
Больше нет контента для загрузки