Загрузка видео...

Не удалось загрузить видео

На главную

ଅନେକ ଆଶା, ଅସୀମ ସ୍ୱପ୍ନ ଦେଖୁଥିବା ପିଲାଙ୍କ ଭବିଷ୍ୟତକୁ ସାକାର କରିବା ପାଇଁ ଦାୟିତ୍ବ ନେବା ।

10,919 просмотров • 3 лет назад •via X (Twitter)

Комментарии: 0

Нет доступных комментариев

Здесь появятся комментарии из оригинального поста

Похожие видео

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।

Mohan Charan Majhi

13,865 просмотров • 4 месяцев назад

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Mohan Charan Majhi

21,444 просмотров • 5 месяцев назад

୨୫ ବର୍ଷର ନବୀନ ସରକାରରେ ମହିଳାମାନେ ନିର୍ଯ୍ୟାତନାର ଶୀକାର । ହିନ୍ଦୋଳ ନିର୍ବାଚନମଣ୍ଡଳୀର ରାସୋଲରେ ଘଟିଥିବା ଅଭାବନୀୟ ଘଟଣା ତା'ର ଏକ ଜ୍ୱଳନ୍ତ ପ୍ରମାଣ । ଭୋଟ୍ ସମସ୍ତଙ୍କ ନିଜସ୍ୱ ଅଧିକାର । କିନ୍ତୁ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବା ପାଇଁ ବଳପୂର୍ବକ ପ୍ରୟାସ କରିବା ଏବଂ ପ୍ରତିବାଦ କଲେ ହିଂସାକୁ ଆପଣାଇବା ବିଜେଡି ନେତାଙ୍କ ପୁରୁଣା ଅଭ୍ୟାସ, ଯାହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ଅଧିକାରକୁ ବଳପୂର୍ବକ ଛଡ଼ାଇ ନେବା ତଥା ମହିଳାଙ୍କ ସମ୍ମାନ ପ୍ରତି ଏପରି ଉଦାସୀନତା ମନୋଭାବ ୨୫ ବର୍ଷ ରିମୋଟ କଣ୍ଟ୍ରୋଲ ସରକାରର ବିଫଳତାର ପ୍ରମାଣ ଅଟେ । ନବୀନ ପଟ୍ଟନାୟକଙ୍କ ପାଖ ଲୋକ ହିଁ ତାଙ୍କୁ ବନ୍ଧକ କରି ରଖିଛନ୍ତି । ସେ ଏବେ ଗଣତନ୍ତ୍ରକୁ ବନ୍ଧକ ବନାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମାତୃଶକ୍ତିଙ୍କୁ ଏପରି ଉପେକ୍ଷା, ଗୁଣ୍ଡାଗର୍ଦ୍ଦି ଏବଂ ଅଶାଳୀନ ବ୍ୟବହାରକୁ ଓଡ଼ିଶା ଲୋକମାନେ କେବେ ବରଦାସ୍ତ କରିବେ ନାହିଁ । ଓଡ଼ିଆ ଅସ୍ମିତାର ଏପରି ଉପହାସ ପାଇଁ ଲୋକମାନେ ଭୋଟରେ ଜବାବ୍ ଦେବେ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ DGP, Odisha ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା । #Odisha

Dharmendra Pradhan

13,879 просмотров • 2 лет назад

ଆଜି ଖଡ଼ିଛୁଆଁ କାର୍ଯ୍ୟକ୍ରମରେ କୁନି କୁନି ଭାଇ ଭଉଣୀମାନଙ୍କୁ ଭେଟିବାର ଏକ ସୁନ୍ଦର ସୁଯୋଗ ମିଳିଲା। ବିଦ୍ୟାଳୟକୁ ଯିବା ପାଇଁ ସେମାନଙ୍କ ମନରେ ଥିବା ଉତ୍ସାହ ଏବଂ ନୂଆ କିଛି ଶିଖିବାର ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ସେମାନଙ୍କ ସହ କଥା ହେବା ବେଳେ ଅନୁଭବ କଲି ଯେ, ଏହି କୁନି କୁନି ଆଖିର ଅଜସ୍ର ସ୍ୱପ୍ନ ଗୁଡ଼ିକ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ନିଅଁ ଗଢ଼ିବ। ପିଲାମାନଙ୍କ ମୁହଁରେ ଖୁସି ଦେଖିଲେ ମନରେ ଏକ ଅପୂର୍ବ ଶାନ୍ତି ମିଳେ। ସେମାନଙ୍କ ସରଳ ହସ ଏବଂ ଅକୁଣ୍ଠିତ ମନର କଥା ମୋ ହୃଦୟକୁ ଛୁଇଁଗଲା। ତୁମେମାନେ ପଢ଼, ବଢ଼ ଏବଂ ନିଜ ସ୍ୱପ୍ନକୁ ସାକାର କର ; ମୋର ଆଶୀର୍ବାଦ ସବୁବେଳେ ତୁମମାନଙ୍କ ସହ ଅଛି। #ଖଡ଼ିଛୁଆଁ #ଓଡ଼ିଆପକ୍ଷ

Mohan Charan Majhi

14,858 просмотров • 4 месяцев назад