Video yükleniyor...

Video Yüklenemedi

Ana Sayfaya Dön

ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଏହା ଦ୍ଵାରା ଆଗାମୀ ଦିନରେ ରାଜ୍ଯରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆହୁରି ସୁଦୃଢ ହେବା ସହ ସୁସ୍ଥ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେବ। #ବିକଶିତଓଡ଼ିଶା

12,622 görüntüleme • 1 yıl önce •via X (Twitter)

11 Yorum

ALकुପାا 🕉 profil fotoğrafı
ALकुପାا 🕉1 yıl önce

@MohanMOdisha Colleges with DHH are not the solution, sir. We are only producing doctors and making them do what CHOs and ANMs do: referring patients. Even Bolangir, established 7 years ago, still refer patients to VIMSAR. You can build a college in Jagatsinghpur, but patients will be referred

Solar Heavy profil fotoğrafı
Solar Heavy1 yıl önce

- Moonlight

R Hirakud profil fotoğrafı
R Hirakud1 yıl önce

@MohanMOdisha ଟିକେ ଲଜ୍ୟ କର, ପୁରୀ ବଡ ମେଡିକାଲ ରେ, ECG ମେସିନ୍ 2ଘଣ୍ଟା ପରେ ଚାଲିଲା ଜଣେ ଭକ୍ତ ଙ୍କ ହାର୍ଟ ଆତ୍ତକ୍ ପାଇଁ। ଯଦି ସରକାର ଭଲ ମେସିନ୍ ଦେଇ ପାରୁ ନାହାଁନ୍ତି ମୋତେ ଅନୁମତି ଦେଲେ ମୁଁ ଗୋଟେ ଦାନ ରେ ଦିଅନ୍ତି।

upendra luha profil fotoğrafı
upendra luha1 yıl önce

@MohanMOdisha Nuapada missed the Bus though it is 180 KM from Balangir Medical College, 140 KM from Bhawanipatna Medical College and 250 KM from Burla Medical College.

Manisha profil fotoğrafı
Manisha1 yıl önce

@MohanMOdisha *ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ଆପଣଙ୍କ ପ୍ରତିଶୃତି ଅନୁଯାୟୀ 2024-25 ଆର୍ଥିକ ବର୍ଷ ଶେଷ ସୁଦ୍ଧା 3000 ପରାମେଡିକ ପୋଷ୍ଟିଁ କୁଆଡେ ଗଲା ? ଏବଂ OSSSC ଜରିଆରେ 921 laboratory technician Post ବିଜ୍ଞାପନ cancel ହବା ପରେ ଆଉଥରେ ବିଜ୍ଞାପନ ଆସିବାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି ?*

sonalika profil fotoğrafı
sonalika1 yıl önce

@MohanMOdisha Outsourcing employees ku regular karantu gote paramedical staff 9-10re morning 8am ru 5pm jai kama kemti kariba puni sabu well qualified employees.a medical College kholiba but gote employees ra life ta kemti chaliba government please regular all paramedical staff

mpswrites profil fotoğrafı
mpswrites1 yıl önce

@MohanMOdisha ଲିଙ୍ଗା ଟାଉଟର, ଷ୍ଟାଫ୍ ଙ୍କୁ ଦରମା ଠିକ୍ ରେ ଦେଇ ପାରୁନ ଆଉ କଥା ବଡ଼ବଡ଼ 😂 ମହା ଲିଙ୍ଗ କୁ ନୋବେଲ ପୁରସ୍କାର ମିଳିବ - ସୋଦlସୋଦୀ ରେ

Hrushikesh Majhi profil fotoğrafı
Hrushikesh Majhi1 yıl önce

@MohanMOdisha Hospital ଖୋଲିଲେ କାଣା ହେବା ଆଜ୍ଞା ସେନେ ଯଦି ଷ୍ଟାଫ ନାଇ ଥିବେ ବର୍ତ୍ତମାନ ଯେତେ Hospital ଅଛେ maximum Post vacancy ଅଛେ ହସ୍ପିଟାଲ building କରି କି kn karba.... ବର୍ତମାନ ଯେତେ ହସ୍ପିଟାଲ୍ ଅଛେ ସିନେ staff fulfill kale au ନୂଆ ହସ୍ପିଟାଲ୍ ଖୁଲବା କେ ନାଇ ପଡ଼େ....

Sasanka 4345 profil fotoğrafı
Sasanka 43451 yıl önce

@MohanMOdisha Requesting for creation of State Physiotherapy College as presently not a single state government Physiotherapy college is there and the demand is so high due to more incidents of RTA, NCDs and chronic diseases. Odisha can’t be healthy by establishment of medical colleges only.

Hemanta kumar nayak@Chanakya, advocate Bhadrak. profil fotoğrafı
Hemanta kumar nayak@Chanakya, advocate Bhadrak.1 yıl önce

@MohanMOdisha ମେଡିକାଲ କଲେଜ ହୋଇଗଲେ କଣ ଲୋକ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଯିବେ?

Lopa Indian profil fotoğrafı
Lopa Indian1 yıl önce

@MohanMOdisha @osmpksodisha Honourable CM could also think for the NHM employees who are the behind strength of all these hospitals to be functional effectively. They are still on the road of Bhubaneswar in strike

Benzer Videolar

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ବଣ୍ଟନ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରାଯାଉଛି। ପ୍ରତ୍ୟେକ ପ୍ରଭାବିତ ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରତିକୂଳ ସମୟରେ ସରକାର ରାଜ୍ୟବାସୀଙ୍କ ସହ ରହିଛନ୍ତି । ପରିସ୍ଥିତିକୁ ସ୍ୱାଭାବିକ କରିବା ଏବଂ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାର ପାଖରେ ସହାୟତା ପହଞ୍ଚାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

CMO Odisha

11,901 görüntüleme • 1 ay önce

ଡବଲ ଇଞ୍ଜିନ ସରକାରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗଶାଳା ହେବ ଓଡ଼ିଶା ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଏଆଇର ବିକାଶ, ପ୍ରୟୋଗ ଏବଂ କାର୍ଯ୍ୟକାରିତା ବ୍ୟାପକ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ତିନି ସୂତ୍ର 3P (People, Planet , Progress) ର ସଫଳ କ୍ରିୟାନ୍ଵୟନ ମଧ୍ୟ କରାଯାଇଛି। ରାଜ୍ଯରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ଵରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ଯରେ ହୋଇଥିବା Black Swan Summit ରେ SARVAM AI ସହ ଏକ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ଵାରା ମୋଟ ୨୦ ହଜାର କୋଟି ଟଙ୍କା ନିବେଶରେ ଏକ ୫୦ ମେଗା ୱାଟ AI ଅପଟିମାଇଜ ସୁବିଧା ସ୍ଥାପନ ହେବ ଏବଂ ଏଥିପାଇଁ ଆବଶ୍ୟକୀୟ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ। ଏହି ପଦକ୍ଷେପ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ସହ ରାଜ୍ଯର ଯୁବବର୍ଗଙ୍କ ସ୍ଵପ୍ନକୁ ସାକାର କରିବ। ଏଆଇର ବ୍ୟାପକତା ଆଗାମୀ ଦିନରେ 'ବିକଶିତ ଓଡ଼ିଶା' ଗଠନକୁ ସାକାର ରୂପ ଦେବା ସହ ବିକଶିତ ଭାରତ ଗଠନକୁ ଆଗେଇ ନେବାରେ ସହାୟକ ହେବ। #ViksitOdisha #Ai

Dr. Mukesh Mahaling

18,771 görüntüleme • 6 ay önce

ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ତଥା ଶ୍ରୀ ଜଗନ୍ନାଥ ଧାମର ଉନ୍ନତି ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ନେଇ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi । ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏହା ସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଗବେଷଣା କେନ୍ଦ୍ର,ଗ୍ରନ୍ଥାଗାର,ଅତ୍ୟାଧୁନିକ ଅଡିଟୋରିୟମ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ପ୍ରତିଷ୍ଠା ହେବ।

CMO Odisha

20,572 görüntüleme • 1 yıl önce

ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖି ସେମାନଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟ ରଖି ବାତ୍ୟାକୁ ସଫଳତାର ସହ ମୁକାବିଲା କରି ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର ସୁରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ସମଗ୍ର ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ଧନ୍ୟବାଦ ଜଣାଇବା ସହ ସରକାର ଲୋକଙ୍କ ସହ ସବୁବେଳେ, ସବୁ ସମୟରେ ଦୃଢ଼ ଭାବେ ଛିଡା ହୋଇଛନ୍ତି ଏବଂ ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। #OdishaBravesDana #CycloneDana

CMO Odisha

29,048 görüntüleme • 1 yıl önce

ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶା ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ HCLTech ସହ ସ୍ୱାକ୍ଷରିତ ଐତିହାସିକ ଚୁକ୍ତି ମାଧ୍ୟମରେ ଓଡ଼ିଶାର Sovereign ଏଆଇ ପାର୍କରେ ଦେଶର ପ୍ରଥମ HCLTech ଏଆଇ ଡାଟା ସେଣ୍ଟର ଏବଂ ଭୁବନେଶ୍ୱରରେ ଏଆଇ ଓ ଡିଜିଟାଲ ଇଞ୍ଜିନିଅରିଂ ଗ୍ଲୋବାଲ ଡେଲିଭରି ସେଣ୍ଟର ହେବ ସ୍ଥାପନ । ଆଗାମୀ ୫ ବର୍ଷରେ ପ୍ରାୟ ₹୧୫,୦୦୦ କୋଟି ନିବେଶ, ୫,୦୦୦ରୁ ଅଧିକ ଉଚ୍ଚଦକ୍ଷ ପ୍ରତ୍ୟକ୍ଷ ଚାକିରି ଓ ହଜାର ହଜାର ପରୋକ୍ଷ ରୋଜଗାର ସୁଯୋଗ ସହ ଏହି ପଦକ୍ଷେପ ରାଜ୍ୟର ଏଆଇ, ଡିଜିଟାଲ୍ ଇଞ୍ଜିନିଅରିଂ ଓ ନବସୃଜନ କ୍ଷେତ୍ରକୁ ନୂଆ ଦିଗ ଦେବ। ଏହା ଓଡ଼ିଶାର ଯୁବଶକ୍ତିଙ୍କ ପାଇଁ ଉନ୍ନତ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟକୁ ଭାରତର ଅଗ୍ରଣୀ ଏଆଇ ଗନ୍ତବ୍ୟ ଭାବେ ପ୍ରତିଷ୍ଠିତ କରିବ।

CMO Odisha

11,929 görüntüleme • 1 ay önce

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସ୍ୱଚ୍ଛତା ଓ ସାମଗ୍ରିକ ବିକାଶର ଏକ ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ନୀତି ଓ ନିରନ୍ତର ପ୍ରୟାସ ଫଳରେ ସ୍ୱାସ୍ଥ୍ୟ, ଆବାସ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇ ପ୍ରକୃତ ହିତାଧିକାରୀଙ୍କୁ ସଶକ୍ତ କରାଯାଇପାରିଛି। ସାର୍ବଜନୀନ ଚିକିତ୍ସା ସୁବିଧା, ପକ୍କା ଗୃହ ନିର୍ମାଣ ଏବଂ ସାମାଜିକ ସୁରକ୍ଷା ଭତ୍ତାର ସୁଦୃଢ଼ୀକରଣ ମାଧ୍ୟମରେ ସମାଜର ଅବହେଳିତ ଓ ଗରିବ ଶ୍ରେଣୀର ନାଗରିକମାନଙ୍କ ଜୀବନଧାରଣର ମାନରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ସରକାରଙ୍କ ପ୍ରତି ଜନସାଧାରଣଙ୍କ ଏହି ଅକୁଣ୍ଠ ଆସ୍ଥା ଓ ଆଶୀର୍ବାଦ 'ସୁସ୍ଥ ଓଡ଼ିଶା - ସମୃଦ୍ଧ ଓଡ଼ିଶା'ର ସଂକଳ୍ପକୁ ସିଦ୍ଧି ଆଡ଼କୁ ଅଗ୍ରସର କରୁଛି। #2YearsofLokankaSarakar #BikasharaDharaOdishaSara #2YearsofSwasthyaSurakhya

CMO Odisha

52,355 görüntüleme • 2 ay önce

କଟକ ଏସ.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଘଟିଥିବା ଆକସ୍ମିକ ଅଗ୍ନି ଦୁର୍ଘଟଣାକୁ ଗୁରୁତ୍ଵର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆହତ ରୋଗୀଙ୍କ ସ୍ଥାନାନ୍ତରଣ ସହ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ (CMRF)ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍‌(PMNRF)ରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ତଥା ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏସ.ସି.ବି ମେଡିକାଲର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହିଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସତର୍କ ରହିବା ପାଇଁ ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସରକାର ଦାୟିତ୍ଵ ନେଲାପରେ ହସ୍ପିଟାଲମାନଙ୍କରେ ଅତ୍ୟାଧୁନିକ ଅଗ୍ନି ନିରୋଧକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂପୂର୍ଣ୍ଣ ସଜାଗ ଓ ପ୍ରଚେଷ୍ଠାରତ ଅଛନ୍ତି । ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ପାଇଁ ରାଜ୍ୟ ବଜେଟରେ ପ୍ରଥମଥର ପାଇଁ ଅର୍ଥ ବରାଦ ମଧ୍ୟ କରାଯାଇଛି।

Dr. Mukesh Mahaling

12,370 görüntüleme • 5 ay önce