Video yükleniyor...

Video Yüklenemedi

Ana Sayfaya Dön

ସରକାର ସମ୍ବେଦନଶୀଳ ଅଛନ୍ତି, ଆମ ଦାବି ପୂରଣ କରିଛନ୍ତି: ବାଲେଶ୍ୱର ପୀଡ଼ିତା ସୌମ୍ୟାଶ୍ରୀଙ୍କ ବାପା

13,912 görüntüleme • 1 yıl önce •via X (Twitter)

0 Yorum

Yorum bulunmuyor

Orijinal gönderinin yorumları burada görünecek

Benzer Videolar

ବିରୋଧୀ ଦଳ, ରାଜ୍ୟର ବେକାରୀ ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବାର ଅର୍ଥ ତାଙ୍କର ୨୪ ବର୍ଷର ସ୍ଥାଣୁ ସରକାର ର ଅପାରଗତା ସମ୍ପର୍କରେ ପ୍ରଶ୍ନ କରିବା। ଗତ ୨୪ ବର୍ଷ ମଧ୍ୟରେ ପୂର୍ବ ସରକାର ଯାହା କରିବା ପାଇଁ ଚିନ୍ତା ମଧ୍ୟ କରିନଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଆମ ସରକାର ଦୁଇ ମାସ ମଧ୍ୟରେ ତାହା ପୁରା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ୫ ବର୍ଷ ଭିତରେ ଆମ ସରକାର ଦେଢ଼ ଲକ୍ଷ ପଦବୀ ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବର୍ତ୍ତମାନ ଖାଲିଥିବା ୧ଲକ୍ଷ ୩୨ହଜାର ୪୫୯ଟି ମୂଳ ପଦବୀରୁ ୯୨ହଜାର ୨୦୩ ଟି ପଦବୀ ପୂରଣ ପାଇଁ ଅନୁମୋଦନ ମିଳିସାରିଛି। ନିଯୁକ୍ତି ମେଳା ମାଧ୍ୟମରେ ଡିସେମ୍ବର ୨୦୨୪ ଭିତରେ ଆମ ସରକାର ୩୪୬୮୬ ଟି ପଦବୀ ପୂରଣ କରିବ। ତନ୍ମଧ୍ୟରୁ ଜୁଲାଇ ମାସରେ ୨୩୪ ଓ ଅଗଷ୍ଟ ମାସରେ ୬୬୪ ଟି ପଦବୀ ପୂରଣ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ୨୧୯୮୧ , ଅକ୍ଟୋବର ମାସରେ ୨୦୩୮, ନଭେମ୍ବର ମାସରେ ୨୮୪୫ ଏବଂ ଡିସେମ୍ବର ମାସରେ ୬୯୮୭ ଟି ମୂଳ ପଦବୀ ପୂରଣ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ହ୍ରାସ ଏବଂ ଖାଲି ପଡିଥିବା ସରକାରୀ ପଦବୀକୁ ପୂରଣ କରିବାପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।

Dr. Mukesh Mahaling

11,859 görüntüleme • 1 yıl önce

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ପ୍ରାଣବିନ୍ଦୁ ଏବଂ ଆମ ସାଂସ୍କୃତିକ ଆଧ୍ୟାତ୍ମିକ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ। ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'। ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସଂକୁଚିତ ରାଜନୈତିକ ଆଭିମୁଖ୍ୟ ଏବଂ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ 'ଜଗନ୍ନାଥ ଧାମ' ନାମର ଅପପ୍ରୟୋଗ କରାଯାଇଥିଲା। ଶ୍ରୀକ୍ଷେତ୍ରର ସନାତନ ଗରିମାକୁ ଅଣଦେଖା କରି କରାଯାଇଥିବା ଏହି ନାମକରଣ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସକୁ ଗଭୀର ଭାବେ ଆହତ କରିଥିଲା। ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Suvendu Adhikari ଜୀଙ୍କୁ ପତ୍ର ଲେଖି ଆମର ଗଭୀର ଆପତ୍ତି ଜଣାଇବା ସହ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ପୂର୍ବ ସରକାରଙ୍କ ସେହି ଦୂରଦୃଷ୍ଟିହୀନ ନୀତିକୁ ବଦଳାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏହି ସମ୍ବେଦନଶୀଳ ପ୍ରସଙ୍ଗର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଦୀଘା ପ୍ରକଳ୍ପରୁ 'ଧାମ' ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ କେନ୍ଦ୍ର’ (Sri Sri Jagannath Mandir Cultural Center) ଭାବେ ନାମିତ କରାଯିବ। ପଶ୍ଚିମବଙ୍ଗର ନୂତନ ସରକାରଙ୍କର ଏହି ତ୍ୱରିତ ଏବଂ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ଆନ୍ତରିକ ସାଧୁବାଦ ଜଣାଉଛି। ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁଙ୍କ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଦାସର୍ବଦା ଦୃଢ଼ତା ସହ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ! 🙏

Mohan Charan Majhi

11,211 görüntüleme • 2 ay önce

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India

Mohan Charan Majhi

14,378 görüntüleme • 2 ay önce

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।

Mohan Charan Majhi

13,886 görüntüleme • 5 ay önce

ଶେଷରେ, ମୁଁ ଚିଠିରେ କରିଥିବା ଅନୁରୋଧ ଅନୁଯାୟୀ ସରକାର '୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌' ଉପରେ ଆଲୋଚନା କରିବା ପାଇଁ ଗୃହର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ତେବେ, ସେହି ବିଷୟକୁ ଆସିବା ପୂର୍ବରୁ, ଆଜି ଆମ ରାଜ୍ୟରେ ମହିଳାମାନଙ୍କ ଅଧିକାର ଏବଂ ସମ୍ମାନ ସହ ଜଡ଼ିତ ଏକ ଗମ୍ଭୀର ବିଷୟ ଉଠାଇବାକୁ ଯାଇ ମୁଁ ଅତ୍ୟନ୍ତ ମର୍ମାହତ। ଓଡ଼ିଶାର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି, ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣିତ କରିବା ଏବଂ ତାଙ୍କର ପ୍ରାପ୍ୟ ପାଇବା ପାଇଁ ପରିବାର ଲୋକଙ୍କୁ ମହିଳାଙ୍କ କଙ୍କାଳ କବରରୁ ଖୋଳି ବାହାର କରି ବ୍ୟାଙ୍କକୁ ନେବାକୁ ପଡ଼ିଛି। ଭଉଣୀର ମୃତ୍ୟୁ ପରେ ଜମା ଅର୍ଥରାଶି ଉଠାଇବାକୁ ତାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ି ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଅଧିକାରୀମାନେ ତାଙ୍କୁ ହଇରାଣ କରି ମୃତ୍ୟୁର ପ୍ରମାଣ ମାଗିଥିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟାଙ୍କରେ ପ୍ରମାଣ ସ୍ୱରୂପ କଙ୍କାଳ ଦେଖାଇବା ପରେ ତାଙ୍କୁ ପୁଣି ସେହି କଙ୍କାଳକୁ ପାଦରେ ଚାଲି ଚାଲି ଘରକୁ ବୋହି ଆଣିବାକୁ ପଡ଼ିଥିଲା। ଏହା ଏକ ସମ୍ବେଦନହୀନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ଚରମ ଅବହେଳା ଏବଂ ଶୂନ୍ୟ ଉତ୍ତରଦାୟିତ୍ୱକୁ ଦର୍ଶାଉଛି। ଆଜି ଆମ ମହିଳାମାନଙ୍କର ଏ ହେଉଛି ସ୍ଥିତି... ଏହା ହିଁ 'ନ୍ୟୁୟର୍କ ପୋଷ୍ଟ' ଏବଂ 'ବିବିସି' ଓଡ଼ିଶା ବିଷୟରେ ରିପୋର୍ଟ କରିଛନ୍ତି ଏବଂ ସାରା ବିଶ୍ୱ ଆମ ବିଷୟରେ ଏହା ହିଁ ପଢୁଛି। ବ୍ୟାଙ୍କିଙ୍ଗ୍ ସେବା କେନ୍ଦ୍ରୀୟ ବିଷୟ ହୋଇଥିବା ବେଳେ 'ଡବଲ୍ ଇଞ୍ଜିନ୍ ସରକାର'ରେ ଗୋଟେ ସମ୍ବେଦନହୀନ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶା ଇତିହାସରେ ଏଭଳି ଅମାନୁଷିକ ଶାସନ କେବେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା (USA) ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଓଡ଼ିଶା ନ ଆସିବା ପାଇଁ ନିଜ ନାଗରିକମାନଙ୍କୁ ଏକ ପରାମର୍ଶ (Advisory) ଜାରି କରିବାକୁ ପଡ଼ିଛି। ରାଜ୍ୟରେ ଥିବା ବିଜେପି ସରକାରଙ୍କ ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ। ଶାସନ କେବଳ ମିଛ ପ୍ରଚାର ଏବଂ ଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇ ରହିଛି। ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ। ଏପରି ଦୁଃଖଦ ଓ ଲଜ୍ଜାଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିବା ଓଡ଼ିଶାର ଶୋଚନୀୟ ସ୍ଥିତିର ଜ୍ୱଳନ୍ତ ଉଦାହରଣ। ସମ୍ବିଧାନ ସଂଶୋଧନ ବିଲ୍‌ ପ୍ରସଙ୍ଗ କଥା ଯଦି ଉଠାଇବା, ତେବେ ଏଠାରେ ଦୁଇଟି ବିଷୟ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ପ୍ରଥମଟି ହେଉଛି 'ମହିଳା ସଂରକ୍ଷଣ ବିଲ୍‌'; ଯାହା ୨୦୨୩ରେ ସଂସଦରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ବିଜେଡି ସଂସଦରେ ଏହି ବିଲ୍‌କୁ ଦୃଢ଼ ସମର୍ଥନ କରିଥିଲା ଏବଂ ଆଜି ମଧ୍ୟ ଆମେ ଦାବି କରୁଛୁ ଏହାକୁ ତୁରନ୍ତ ଲାଗୁ କରାଯାଉ। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିଥିଲା। ୨୦୧୧ ମସିହାରେ ମୋ ସରକାର ଏହାକୁ ୫୦%କୁ ବୃଦ୍ଧି କରିଥିଲେ। ଆମେ ୨୦୧୯ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ୩୩% ମହିଳାଙ୍କୁ ଟିକେଟ୍ ଦେଇଥିଲୁ। ବିଜେପି କହିପାରିବ କି ସେମାନେ ସମାନ କାର୍ଯ୍ୟ କରିଛନ୍ତି? ମହିଳାଙ୍କ ଅଧିକାର ବିଷୟରେ କେବଳ ବଡ଼ ବଡ଼ କଥା କହିବା ଏବଂ ଜନସାଧାରଣଙ୍କୁ ଭଣ୍ଡାଇବା ପାଇଁ ମିଛ କାହାଣୀ ଗଢ଼ିବା ବ୍ୟତୀତ ଓଡ଼ିଶାରେ ବିଜେପି ଆଉ କିଛି କରିନାହିଁ। ମୁଁ ପୁଣି ଥରେ ମନେ ପକାଇ ଦେଉଛି ଯେ, ଲୋକଙ୍କୁ ସବୁବେଳେ ବୋକା ବନାଯାଇ ପାରିବ ନାହିଁ। ସଂସଦରେ ପାରିତ ହୋଇସାରିଥିବା 'ମହିଳା ସଂରକ୍ଷଣ ବିଲ୍‌'କୁ ପୁଣି 'ସୀମା ପୁନଃନିର୍ଦ୍ଧାରଣ (Delimitation) ବିଲ୍' ସହିତ ଯୋଡ଼ିବା ହେଉଛି ବିନା ଆଲୋଚନାରେ ସୀମା ନିର୍ଦ୍ଧାରଣକୁ ଲୋକଙ୍କ ଉପରେ ଲଦି ଦେବାର ଏକ ଗୋପନୀୟ ଏବଂ ହୀନ ଚକ୍ରାନ୍ତ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମୋର ଚିଠି ଏବଂ ଓଡ଼ିଶାର ସମସ୍ତ ୨୧ଜଣ ସାଂସଦଙ୍କୁ ମୋର ନିବେଦନ ବିଜୁ ଜନତା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ହେଲେ ଏହା ଗମ୍ଭୀର ଚିନ୍ତାର ବିଷୟ ଯେ, ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି। ଏହି 'ସୀମା ପୁନଃନିର୍ଦ୍ଧାରଣ ବିଲ୍' ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର ରାଜନୈତିକ ଅଧିକାରକୁ ହ୍ରାସ କରିବାକୁ ଚାହୁଁଛି। ମୁଁ ପୁଣି ଦୋହରାଉଛି, ଯଦି ଆମେ ଏହି 'ସୀମା ପୁନଃନିର୍ଦ୍ଧାରଣ ବିଲ୍'କୁ ସମର୍ଥନ କରୁ, ତେବେ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତା'ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ। #Odisha #WomenReservationBill #DelimitationBill #BJDWithOdisha

Naveen Patnaik

11,331 görüntüleme • 4 ay önce