Naveen Patnaik's banner
Naveen Patnaik's profile picture

Naveen Patnaik

@Naveen_Odisha3,621,128 subscribers

President, Biju Janata Dal.

Shorts

ବହୁତ ବହୁତ ଶୁଭେଚ୍ଛା ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଲି। ତାଙ୍କ ସଫଳତା ସଭିଙ୍କ ପାଇଁ ଗୌରବ ଆଣିଛି। ତାଙ୍କର ଆହୁରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #OdishaPride #IndianIdol16

122,489 次观看

ମାଲକାନଗିରିରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ଏବଂ ନେତୃବୃନ୍ଦଙ୍କୁ ଭେଟି ଲୋକଙ୍କ ସୁବିଧା, ଅସୁବିଧା ବୁଝିଲି। ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିବା ସହ ଲୋକଙ୍କ ସହିତ ରହି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ କଲି। #BJDWithOdisha

28,509 次观看

ବିଜେଡିର ସଂସଦୀୟ ଦଳ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରସଙ୍ଗରେ ସାଂସଦମାନଙ୍କ ସହିତ ଆଲୋଚନା କଲି। ଲୋକଙ୍କ ଅସୁବିଧା ତଥା ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ସଂସଦର ମୌସୁମୀ ଅଧିବେଶନରେ ଉଠାଇ ସ୍ୱର ଶାଣିତ କରିବାକୁ ଆହ୍ୱାନ ଦେଲି। #BJDWithOdisha

28,683 次观看

ସେ ଦିବ୍ୟ, ସର୍ବବିଦ୍ୟ, ସେ ସାରା ଜଗତର ନାଥ ଦୂରରେ ରହିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଲି। ଜୟ ଜଗନ୍ନାଥ 🙏 #JaiJagannatha #RathaJatra

ସେ ଦିବ୍ୟ, ସର୍ବବିଦ୍ୟ, ସେ ସାରା ଜଗତର ନାଥ ଦୂରରେ ରହିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଲି। ଜୟ ଜଗନ୍ନାଥ 🙏 #JaiJagannatha #RathaJatra

47,074 次观看

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ଏହି ରଜ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ।

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ଏହି ରଜ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ।

74,335 次观看

ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା। ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା।

36,276 次观看

ଇଦ୍ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କୁ ଇଦ୍ ମୁବାରକ। #EidMubarak

ଇଦ୍ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କୁ ଇଦ୍ ମୁବାରକ। #EidMubarak

10,216 次观看

Warm greetings and best wishes to all on this joyous occasion of #Christmas. As we celebrate the festive season, let’s embrace the spirit of the Hockey World Cup! We wish you a very #MerryChristmas! #HWC2023 #HockeyWorldCup2023

37,131 次观看

ସଂସଦରେ ଓଡ଼ିଶାର ଦୃଢ଼ ସ୍ଵର ସାଜିବେ ବିଜୁ ଜନତା ଦଳର ପ୍ରତିଟି ସାଂସଦ। ଏନେଇ ଦଳର ସଂସଦୀୟ ବୈଠକରେ ଆଲୋଚନା କଲି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଧିକାର ଏବଂ ସ୍ଵାଭିମାନ ପାଇଁ ଆଗକୁ ବଢ଼ିବାକୁ ପରାମର୍ଶ ଦେଲି। #BJDWithOdisha

ସଂସଦରେ ଓଡ଼ିଶାର ଦୃଢ଼ ସ୍ଵର ସାଜିବେ ବିଜୁ ଜନତା ଦଳର ପ୍ରତିଟି ସାଂସଦ। ଏନେଇ ଦଳର ସଂସଦୀୟ ବୈଠକରେ ଆଲୋଚନା କଲି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଧିକାର ଏବଂ ସ୍ଵାଭିମାନ ପାଇଁ ଆଗକୁ ବଢ଼ିବାକୁ ପରାମର୍ଶ ଦେଲି। #BJDWithOdisha

15,912 次观看

ଆଧୁନିକ ଓଡ଼ିଶାର ରୂପକାର, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ସେ ଦେଖିଥିବା ସ୍ଵପ୍ନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି। ତାଙ୍କ ନୀତି ଓ ଆଦର୍ଶକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗକୁ ବଢୁଛୁ।

26,807 次观看

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear

15,584 次观看

ଓଡ଼ିଶାର ଗଣ ପର୍ବ ରଜ ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଟି ଓ ମା'ଙ୍କୁ ସମ୍ମାନ ଜଣାଇବାର ଏହି ନିଆରା ପରମ୍ପରା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #RajaParba

ଓଡ଼ିଶାର ଗଣ ପର୍ବ ରଜ ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଟି ଓ ମା'ଙ୍କୁ ସମ୍ମାନ ଜଣାଇବାର ଏହି ନିଆରା ପରମ୍ପରା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #RajaParba

11,447 次观看

ପବିତ୍ର କାଳୀପୂଜା ଉପଲକ୍ଷେ ସଭିଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମା' କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରି ଦେଉ। #KaliPuja

ପବିତ୍ର କାଳୀପୂଜା ଉପଲକ୍ଷେ ସଭିଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମା' କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରି ଦେଉ। #KaliPuja

14,267 次观看

ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #HappyHoli

ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #HappyHoli

11,943 次观看

Videos

Naveen_Odisha's profile picture

ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଆମର ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଆମେ ଦ୍ରୁତ ପ୍ରଗତି ଆଣିପାରିଥିଲୁ। ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଆଜି ଓଡ଼ିଶାର ଅର୍ଥନୀତି ପୁଣି ବିପଦରେ। ଆପଣମାନେ ଜାଣନ୍ତି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌' (MMDR Amendment Bill) ପାସ୍ ହୋଇଛି। ଏହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି କରିବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଏକ ସଂଶୋଧନ ବିଲ୍‌କୁ କେନ୍ଦ୍ର ସରକାର ବିନା କୌଣସି ଆଲୋଚନାରେ ପାସ୍ କରିଦେଲେ। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ବିଲ୍‌କୁ ବିରୋଧ କରି ମୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏକ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଦଳମତ ନିର୍ବିଶେଷରେ, ମାଟିର ସ୍ୱାର୍ଥ ପାଇଁ ଆଜି ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏହି ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଆପଣମାନେ ଜାଣନ୍ତି, ଓଡ଼ିଶାରେ କ୍ରୋମାଇଟ୍‌, ବକ୍ସାଇଟ୍‌, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍‌ର ସର୍ବାଧିକ ଭଣ୍ଡାର ରହିଛି। କିନ୍ତୁ ଏହି ନୂଆ ଆଇନ ଏ ସବୁ ଉପରୁ ଆମ ନିୟନ୍ତ୍ରଣ ହଟାଇ ଦେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ? ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ। ଦୀର୍ଘ ୨୪ ବର୍ଷ ଧରି ମୁଁ ଓଡ଼ିଶାର ସ୍ୱାର୍ଥକୁ ଜଗି ରହିଥିଲି। କେନ୍ଦ୍ରରେ ଯେକୌଣସି ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ କେହି ସାହସ କରିପାରୁ ନ ଥିଲେ। ଆପଣମାନେ ୨୦୨୪ରେ ପରିବର୍ତ୍ତନ ଚାହିଁ ନୂଆ ବିଜେପି ସରକାର ଗଠନ କଲେ। କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁକିଛି ବଦଳିଗଲା। ଓଡ଼ିଶାକୁ ଏବେ ପୁଣି କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ। ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ପଠାଇଲେ, କିନ୍ତୁ ଏ ମାଟିର ସ୍ୱାର୍ଥ ପାଇଁ ସେମାନଙ୍କ ମଧ୍ୟରୁ କେହି ହେଲେ ପାଟି ଖୋଲିଲେ ନାହିଁ। ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହେଲେ। ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ 'ଆର୍ଥିକ ସ୍ୱୟଂଶାସନ' ଉପରେ ଗୁରୁତ୍ୱ ଦେଉଥିଲେ। ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ରାଜସ୍ୱ ଆୟ ବହୁତ କମିଯିବ। ପ୍ରତିବର୍ଷ ଆମକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହି ଅର୍ଥରେ ଓଡ଼ିଶାରେ ଅନେକ ସ୍କୁଲ, କଲେଜ, ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା; ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଥାନ୍ତା; ନୂଆ ନୂଆ ଜନହିତକର ଯୋଜନା ହୋଇ ଚାଷୀ ଓ ଗରିବ ଲୋକ ଉପକୃତ ହୋଇପାରିଥାନ୍ତେ। କିନ୍ତୁ ଏବେ ଏତେ ବଡ଼ କ୍ଷତି ଓଡ଼ିଶା ସହିପାରିବ ତ? ଆମର ଆଗାମୀ ପିଢ଼ି ତଥା ଯୁବସମାଜକୁ ଆମେ କ’ଣ ଜବାବ ଦେବା? #GenZ ଙ୍କ ଭବିଷ୍ୟତ କ'ଣ ହେବ? ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ନିଶ୍ଚୟ ଲଢ଼ିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ହକ୍ ପାଇଁ ମୋର ସଂଗ୍ରାମ ଜାରି ରହିବ। ଏହି ଲଢ଼େଇରେ ଏକଜୁଟ ହୋଇ ସାମିଲ ହେବା ପାଇଁ ମୁଁ ସମସ୍ତ ଓଡ଼ିଶାବାସୀଙ୍କୁ ନିବେଦନ କରୁଛି। #MMDRBill2026 #BJDWithOdisha

Naveen Patnaik

54,600 次观看 • 5 天前

Naveen_Odisha's profile picture

ଜନଜାତି ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ ବିଜେଡି। ବିଜୁ ଜନତା ଦଳର ସରକାରରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଜନଜାତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶଙ୍ଖଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭିଙ୍କୁ ଶୁଭେଚ୍ଛା ଜଣାଇଲି। ଆଦିବାସୀ ଭାଇଭଉଣୀମାନଙ୍କ ଅଧିକାର ଓ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳ ସେମାନଙ୍କ ସହ ଦୃଢ଼ ଭାବରେ ରହି ଆସିଛି। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା 'ସ୍ୱତନ୍ତ୍ର ଉନ୍ନୟନ ପରିଷଦ' ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଥିଲା ଏକ ଅନନ୍ୟ ପଦକ୍ଷେପ। ବିଜେଡି ସରକାରରେ ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର ପ୍ରଦାନ କରିବା ହେଉ କି ରାଜ୍ୟରେ ହଜାର ହଜାର ହଷ୍ଟେଲ ନିର୍ମାଣ, ଉଚ୍ଚ ଶିକ୍ଷା ପାଇଁ 'ଅନ୍ଵେଷା' କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇଭଉଣୀଙ୍କୁ ବିକାଶ ସହ ଯୋଡ଼ି ପାରିଥିଲା। ଜନଜାତି ଭାଇଭଉଣୀମାନଙ୍କୁ ସଶକ୍ତ କରି ସମ୍ମାନର ସହ ସେମାନଙ୍କ ନିଜ ମାଟିରେ ବାସ କରିବାର ସୁଯୋଗ ସୃଷ୍ଟି କରିବା ଥିଲା ବିଜେଡି ସରକାରର ନୀତି। ଜନଜାତି ଭାଇଭଉଣୀମାନଙ୍କ ସଶକ୍ତିକରଣ କେବଳ ଏକ ପ୍ରତିଶ୍ରୁତି ନ ଥିଲା, ବିଜେଡି ସରକାରର ସବୁ ଜନଜାତି ବିକାଶ କାର୍ଯ୍ୟକ୍ରମର ଏହା ଥିଲା କେନ୍ଦ୍ର ବିନ୍ଦୁ। ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ଆମର ଲଢ଼େଇ ଜାରି ରହିବ। ଜନଜାତି ଭାଇଭଉଣୀଙ୍କ ଜ୍ଞାନକୁ ସମ୍ମାନ ଦେବା ସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ଦିଗରେ ଆସନ୍ତୁ ଦୃଢ଼ତାର ସହ ଆଗକୁ ବଢ଼ିବା। #IndigenousPeoplesDay #BJDWithOdisha

Naveen Patnaik

24,665 次观看 • 15 天前