
Biju Janata Dal
@bjd_odisha • 391,588 subscribers
The Official handle of Biju Janata Dal, Odisha. Join us on : https://t.co/mcB4Kjbz6i
Shorts
Videos

ଦଳର ସର୍ବୋଚ୍ଚ ନେତା ହେଉଛନ୍ତି ଶ୍ରୀ Naveen Patnaik, ତାଙ୍କ ନିର୍ଦ୍ଦେଶରେ ଦଳ କାମ କରୁଛି। ଦଳର ସଭାପତି ପରାଜୟ ନେଇ ସମୀକ୍ଷା କରିଛନ୍ତି। ପରାଜୟର କାରଣ ଖୋଜିବାକୁ ସଭାପତି କମିଟି ଗଠନ କରିବାକୁ ଯାଉଛନ୍ତି। ସଭାପତି ଆଗକୁ ମଧ୍ୟ ଆମମାନଙ୍କ ସାଥିରେ ରହି ଦଳ ପାଇଁ କାମ କରିବେ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
Biju Janata Dal58,360 次观看 • 2 年前

କେନ୍ଦ୍ର ରେଳ ବିଭାଗ ଓଡ଼ିଶାର ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଆନ୍ଧ୍ରକୁ ଟେକି ଦେଇଛି। ଏହା କ'ଣ ଡବଲ୍ ଇଞ୍ଜିନ୍ ବିଜେପି ସରକାରର ଓଡ଼ିଶା ଦିବସ ଉପହାର? ତୁରନ୍ତ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରାଯାଉ, ନଚେତ ଓଡ଼ିଶାର ହକ୍ ପାଇଁ ଜୋରଦାର ହେବ ବିଜେଡିର ଆନ୍ଦୋଳନ। #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
Biju Janata Dal10,077 次观看 • 2 个月前

ଜିଲ୍ଲାପାଳ ନୁହେଁ, ବିଜେପି ଦଳର ଏଜେଣ୍ଟ ✅ ସୁବର୍ଣ୍ଣପୁରର ଏକ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ମୁହଁରେ ଦଳୀୟ ଭାଷାକୁ ସବୁଠି ନିନ୍ଦା କରାଯାଉଛି। ସରକାରୀ ନୀତି ନିୟମ ଭୁଲି ଜିଲ୍ଲାପାଳ କ'ଣ ବିଜେପି ଦଳର ଏଜେଣ୍ଟ ଭାବେ କାମ କଲେଣି କି? ନା ଅବସର ପରେ ଭଲ ପଦ ପଦବୀ ପାଇବା ପାଇଁ ଏଭଳି ଆଭିମୁଖ୍ୟ? #OdishaWithBJD #BJDWithOdisha #BJD4Odisha
Biju Janata Dal11,408 次观看 • 4 个月前

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ, ଫେଲ୍ ମାରୁଛି ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର। ବିଏମସି ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ୬/୭ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରୁଛନ୍ତି। ବିଜେପିର କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲା। ଏହି ଘଟଣାର ପ୍ରଚ୍ଛଦପଟରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନ ରହିଥିବା ଅଭିଯୋଗ ହୋଇଛି। ଏହା ସ୍ପଷ୍ଟ ଦର୍ଶାଉଛି ରାଜ୍ୟରେ ଅରାଜକତା ସୀମା ଟପିଲାଣି। ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ନିତିଦିନିଆ ଘଟଣା ହେଲାଣି। ଗୃହ ବିଭାଗକୁ ନିଜ ପାଖେ ରଖିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ରାଜ୍ୟରେ କାହିଁକି ଏଭଳି ସ୍ଥିତି ଉପୁଜୁଛି? ସରକାରୀ କାର୍ଯ୍ୟାଳୟରେ ପଶି, ସରକାରୀ ଅଧିକାରୀଙ୍କୁ ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିବା ବି କ'ଣ ବିଜେପି ସରକାରର ଉପଲବ୍ଧି କି? #BMCAdditionalCommissioner #ହଟାଅବିଜେପି #BJPAntiOdisha #FailedDoubleEngine
Biju Janata Dal17,057 次观看 • 1 年前

ଭୟରେ ବିଜେପି ସରକାର, ନୂଆପଡ଼ାରେ ପରାଜୟ ନିଶ୍ଚିତ ଜାଣି ବିବ୍ରତ ହୋଇପଡ଼ିଛି। ପ୍ରଶାସନକୁ ଲଗାଇ ବିଜେପି ସରକାର ଚଳାଇଥିବା ଦମନ ଲୀଳାର ମୁଖା ଖୋଲିଯାଇଛି। ନୂଆପଡ଼ାରେ ପ୍ରଚାର ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ରହୁଥିବା ଖରିଆର ରୋଡ଼ ସ୍ଥିତ ଘରେ ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରିଛି ପ୍ରଶାସନିକ କଳ। ଚଢ଼ାଉ ସମୟରେ କିଛି ନପାଇ ଖାଲି ହାତରେ ଫେରିଛି ସରକାରୀ ଟିମ। ନିରପେକ୍ଷତାର ସହ କାର୍ଯ୍ୟ କରିବା ବଦଳରେ ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ଅଧିକାରୀ ବିଜେପି ସରକାରର ଇଶାରାରେ କାର୍ଯ୍ୟ କରୁଛନ୍ତି। ଗଣତନ୍ତ୍ରକୁ ଖୋଲାଖୋଲି ହତ୍ୟା କରୁଥିବା ବିଜେପି ସରକାରକୁ ଉଚିତ ଜବାବ ଦେବା ପାଇଁ ନୂଆପଡ଼ାବାସୀ ପ୍ରସ୍ତୁତ ହେଉଛନ୍ତି। ୧୧ ନଭେମ୍ବରରେ, ଭୋଟ୍ ବାଜିବ ପୁଣି 'ଶଙ୍ଖ' ଚିହ୍ନରେ। #Nuapada #VoteForBJD #BJD4Nuapada #SnehanginiChhuria
Biju Janata Dal10,611 次观看 • 8 个月前
