Video yükleniyor...

Video Yüklenemedi

Ana Sayfaya Dön

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଅନୁମୋଦନ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ସହ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଯୋଗାଇବ। #5T

25,783 görüntüleme • 3 yıl önce •via X (Twitter)

10 Yorum

Prasanta R💐 profil fotoğrafı
Prasanta R💐3 yıl önce

@Naveen_Odisha ରାଜ୍ୟର ହଜାର ହଜାର ଅମଲାମାନଙ୍କର ନାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଉଦାସୀନ ଓ ବୈମାତୃକ ମନୋଭାବ, ଅମଲାମାନଙ୍କର ମନରେ ବିଦ୍ରୋହର ଅଗ୍ନିକୁ ପ୍ରଜ୍ଜଳିତ କରୁଅଛି @CMO_Odisha @SecyChief @pranabpdas ଙ୍କୁ ଅନୁରୋଧ ଅମଲାଙ୍କର ସ୍ୱାର୍ଥ ରକ୍ଷା କରନ୍ତୁ #WeDemandLegitimateGradePay4200 #GiveJusticeTo_OdishaMinisterialCadre

Guru Govinda Dalai profil fotoğrafı
Guru Govinda Dalai3 yıl önce

@Naveen_Odisha ଓଡିଶା ଅମଲା ସଂଘର ନାର୍ଯ୍ୟ ଦାବି... #WeDemandLegitimateGradePay4200 #GiveJusticeTo_OdishaMinisterialCadre

Ajit Kumar Pradhan profil fotoğrafı
Ajit Kumar Pradhan3 yıl önce

@Naveen_Odisha ଚୁକ୍ତିଭିତ୍ତିକ ନିଯୁକ୍ତି ଉଠିବା ଘୋଷଣାର 4ମାସ ବିତିଗଲାଣି କିନ୍ତୁ 30000ରୁ ଉର୍ଦ୍ଧ୍ବ ଶିକ୍ଷକ ରେଗୁଲାର ଚିଠିକୁ ଚାତକ ଭଳି ଚାହିଁ ରହିଛନ୍ତି।ହେ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କୁ ରେଗୁଲାର କରନ୍ତୁ

GNYANENDRA SAMAL profil fotoğrafı
GNYANENDRA SAMAL3 yıl önce

@Naveen_Odisha ଅକ୍ଟୋବର 17 ମାନ୍ୟବର ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥା କୁ ଉଚ୍ଛେଦ କଲେ,ସବୁ ବିଭାଗ ତାଙ୍କର କର୍ମଚାରୀ ଙ୍କୁ ରେଗୁଲାର କଲେ କିନ୍ତୁ ଗଣଶିକ୍ଷା ବିଭାଗ ର ଅପାରଗତା ଯୋଗୁ ଆମେ 18000 ରୁ ଉର୍ଦ୍ଧ ହାଇ ସ୍କୁଲ ଶିକ୍ଷକ regular ହେବାରୁ ବଞ୍ଚିତ.ଏଥି ପ୍ରତି ଦୃଷ୍ଟି ଦେବାକୁ ମୋ ସରକାର କୁ ଅନୁରୋଧ

TUKUNA BEHERA profil fotoğrafı
TUKUNA BEHERA3 yıl önce

@Naveen_Odisha ଓଡିଶା ଅମଲା ସଂଘର ନାର୍ଯ୍ୟ ଦାବି... #WeDemandLegitimateGradePay4200 #GiveJusticeTo_OdishaMinisterialCadre

Raja Moharaj profil fotoğrafı
Raja Moharaj3 yıl önce

@Naveen_Odisha Plz issue memo for regularise..

Bhaskar Pradhan profil fotoğrafı
Bhaskar Pradhan3 yıl önce

@Naveen_Odisha Please Sir issue memo order for regularise High school teacher IAT 2016-2022

chakradhar nayak profil fotoğrafı
chakradhar nayak3 yıl önce

@Naveen_Odisha

Kyrone Panigrahi profil fotoğrafı
Kyrone Panigrahi3 yıl önce

@Naveen_Odisha Even after release of the notification by the GA&PG department on 16-Oct-2022 stating the repealment of Contractual Rules,2013, we initial appointee teachers are yet to receive the memo from DSE. Kindly expedite the process.

BISWAJIT profil fotoğrafı
BISWAJIT3 yıl önce

@Naveen_Odisha ଓଡିଶା ଅମଲା ସଂଘର ନାର୍ଯ୍ୟ ଦାବି... #WeDemandLegitimateGradePay4200 #GiveJusticeTo_OdishaMinisterialCadre

Benzer Videolar

ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶା ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ HCLTech ସହ ସ୍ୱାକ୍ଷରିତ ଐତିହାସିକ ଚୁକ୍ତି ମାଧ୍ୟମରେ ଓଡ଼ିଶାର Sovereign ଏଆଇ ପାର୍କରେ ଦେଶର ପ୍ରଥମ HCLTech ଏଆଇ ଡାଟା ସେଣ୍ଟର ଏବଂ ଭୁବନେଶ୍ୱରରେ ଏଆଇ ଓ ଡିଜିଟାଲ ଇଞ୍ଜିନିଅରିଂ ଗ୍ଲୋବାଲ ଡେଲିଭରି ସେଣ୍ଟର ହେବ ସ୍ଥାପନ । ଆଗାମୀ ୫ ବର୍ଷରେ ପ୍ରାୟ ₹୧୫,୦୦୦ କୋଟି ନିବେଶ, ୫,୦୦୦ରୁ ଅଧିକ ଉଚ୍ଚଦକ୍ଷ ପ୍ରତ୍ୟକ୍ଷ ଚାକିରି ଓ ହଜାର ହଜାର ପରୋକ୍ଷ ରୋଜଗାର ସୁଯୋଗ ସହ ଏହି ପଦକ୍ଷେପ ରାଜ୍ୟର ଏଆଇ, ଡିଜିଟାଲ୍ ଇଞ୍ଜିନିଅରିଂ ଓ ନବସୃଜନ କ୍ଷେତ୍ରକୁ ନୂଆ ଦିଗ ଦେବ। ଏହା ଓଡ଼ିଶାର ଯୁବଶକ୍ତିଙ୍କ ପାଇଁ ଉନ୍ନତ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟକୁ ଭାରତର ଅଗ୍ରଣୀ ଏଆଇ ଗନ୍ତବ୍ୟ ଭାବେ ପ୍ରତିଷ୍ଠିତ କରିବ।

CMO Odisha

11,929 görüntüleme • 25 gün önce

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India

Mohan Charan Majhi

14,378 görüntüleme • 1 ay önce

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ପ୍ରାଣବିନ୍ଦୁ ଏବଂ ଆମ ସାଂସ୍କୃତିକ ଆଧ୍ୟାତ୍ମିକ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ। ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'। ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସଂକୁଚିତ ରାଜନୈତିକ ଆଭିମୁଖ୍ୟ ଏବଂ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ 'ଜଗନ୍ନାଥ ଧାମ' ନାମର ଅପପ୍ରୟୋଗ କରାଯାଇଥିଲା। ଶ୍ରୀକ୍ଷେତ୍ରର ସନାତନ ଗରିମାକୁ ଅଣଦେଖା କରି କରାଯାଇଥିବା ଏହି ନାମକରଣ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସକୁ ଗଭୀର ଭାବେ ଆହତ କରିଥିଲା। ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Suvendu Adhikari ଜୀଙ୍କୁ ପତ୍ର ଲେଖି ଆମର ଗଭୀର ଆପତ୍ତି ଜଣାଇବା ସହ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ପୂର୍ବ ସରକାରଙ୍କ ସେହି ଦୂରଦୃଷ୍ଟିହୀନ ନୀତିକୁ ବଦଳାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏହି ସମ୍ବେଦନଶୀଳ ପ୍ରସଙ୍ଗର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଦୀଘା ପ୍ରକଳ୍ପରୁ 'ଧାମ' ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ କେନ୍ଦ୍ର’ (Sri Sri Jagannath Mandir Cultural Center) ଭାବେ ନାମିତ କରାଯିବ। ପଶ୍ଚିମବଙ୍ଗର ନୂତନ ସରକାରଙ୍କର ଏହି ତ୍ୱରିତ ଏବଂ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ଆନ୍ତରିକ ସାଧୁବାଦ ଜଣାଉଛି। ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁଙ୍କ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଦାସର୍ବଦା ଦୃଢ଼ତା ସହ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ! 🙏

Mohan Charan Majhi

11,211 görüntüleme • 2 ay önce