Video wird geladen...

Video konnte nicht geladen werden

Zur Startseite

ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରାତଃ ଭ୍ରମଣ କରିବା ସହ ବ୍ୟାୟାମ କଲି। ଏକ ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିବା ପାଇଁ ନିତ୍ୟ ବ୍ୟାୟାମର ଆବଶ୍ୟକତା ରହିଛି। ଶରୀର ସୁସ୍ଥ ରହିଲେ ମନ ମଧ୍ୟ ସୁସ୍ଥ ରହିବ।

29,714 Aufrufe • vor 1 Jahr •via X (Twitter)

10 Kommentare

Profilbild von Nirakar Mohanty
Nirakar Mohantyvor 1 Jahr

For that thanks to @Naveen_Odisha for creating such a world-class infrastructure...

Profilbild von Suresh Reddy
Suresh Reddyvor 1 Jahr

cm sir see what done by @Naveen_Odisha sir and @Vkpandianfancl1 sir

Profilbild von Umakant Behera
Umakant Beheravor 1 Jahr

Chingudi jhola aaji kaha ghare khaiba

Profilbild von I love India
I love Indiavor 1 Jahr

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ,ପ୍ରତ୍ୟେକ ଗ୍ରାମରେ ଥିବା ଗୋଚର ଜମି ରେ ଚାଲିବା ରାସ୍ତା, ମୁକ୍ତାକାଶ ବ୍ୟାୟାମଶାଳା ଓ ଜଙ୍ଗଲ ସୃଷ୍ଟିକଲେ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ।ସହର ର ସୁବିଧା ଗ୍ରାମାଞ୍ଚଳ ରେ ମିଳିପାରିବ।ଏବେ ଗୋଚର ଜମି ଟାଙ୍ଗରା ପ୍ରାୟ ହୋଇ ପଡ଼ିଛି।ଲୋକମାନେ ସେଠାରେ ଶୌଚ କରୁଛନ୍ତି।ଏଥିପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା

Profilbild von Manas Muduli
Manas Mudulivor 1 Jahr

Thank you sir for promoting fitness.

Profilbild von Opposing Hindu Haters
Opposing Hindu Hatersvor 1 Jahr

Sir, kindly stop RI exam.Officer doing Rampant corruption.plz listen, youth of odisha

Profilbild von Jaga
Jagavor 1 Jahr

Sir need decisive action during crisis. While govr son assault u failed miserably to initiate any visible action. Further against illegal rohingyas continuous entry in odisha, u are not taking action yet. After 5 years you have to reply without any excuse.

Profilbild von pradyut
pradyutvor 1 Jahr

ମନ ସୁସ୍ଥ ରହିଲେ ଓଡ଼ିଶା କୁ ବିକି ଦେବୁ ଜଲ୍ଦୀ

Profilbild von Sashikanta Panda
Sashikanta Pandavor 1 Jahr

Sir please enlight on RI and Amin exam issue.

Profilbild von DILLIPKUMAR SETHY
DILLIPKUMAR SETHYvor 1 Jahr

Apana Kalinga stadium re enjoy karantu,ama pila ethi road upore OSSSC exam ku cancel kariba pai Road upore enjoy karantu, bapa Maa haba age re pila Rati dina ek koriki patha padhuchhanti tume tanka Saha mazac karucho,,tike tao daya karo, , exam debe janaseba Kendra bhali cen

Ähnliche Videos

ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।

Mohan Charan Majhi

41,005 Aufrufe • vor 11 Monaten

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ସମୃଦ୍ଧ ଓ ସୁଦୃଢ଼ କରିବା ଦିଗରେ ଆମ ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 'ଅନ୍ତ୍ୟୋଦୟ'ର ମୂଳମନ୍ତ୍ରକୁ ସାକାର କରି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପର୍ଯ୍ୟନ୍ତ, ଅର୍ଥାତ୍ 'କେଜି ରୁ ପିଜି' (KG to PG) ଶିକ୍ଷାକୁ ସମ୍ପୂର୍ଣ୍ଣ ସାର୍ବଜନୀନ ଓ ଦେୟମୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈପ୍ଳବିକ ଶିକ୍ଷା ସଂସ୍କାର ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ଏହା ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ସ୍ୱାଭିମାନ, ପ୍ରଗତି ଏବଂ ମାନବ ସମ୍ବଳର ବିକାଶକୁ ଏକ ନୂତନ ଶିଖରକୁ ନେଇଯିବ। #KGtoPGFreeEducation #EducationReform #EmpoweringStudents PMO India

Mohan Charan Majhi

14,378 Aufrufe • vor 1 Monat

ଭବିଷ୍ୟତରେ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ମୁଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ Hardeep Singh Puri ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ପତ୍ର ଲେଖି ଅବଗତ କଲି । ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୧୮ରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦିତ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ୨୦୨୫ରେ ଓଡ଼ିଶା ସରକାର, IPICOL ଏବଂ ISPRL ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇସାରିଛି । ପ୍ରାୟ ୮,୭୪୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ଇର୍ଜା ସୁରକ୍ଷା ସହ ଅର୍ଥନୀତିକୁ ଗତି ଦେବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିଶେଷ ସହାୟକ ହେବ ।

Dharmendra Pradhan

13,143 Aufrufe • vor 5 Monaten

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Mohan Charan Majhi

21,444 Aufrufe • vor 5 Monaten

ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ତଥା ଶ୍ରୀ ଜଗନ୍ନାଥ ଧାମର ଉନ୍ନତି ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ନେଇ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi । ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏହା ସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଗବେଷଣା କେନ୍ଦ୍ର,ଗ୍ରନ୍ଥାଗାର,ଅତ୍ୟାଧୁନିକ ଅଡିଟୋରିୟମ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ପ୍ରତିଷ୍ଠା ହେବ।

CMO Odisha

20,572 Aufrufe • vor 1 Jahr