Loading video...

Video Failed to Load

Go Home

#ବାନା_ଉଡିଛି_ଧବଳ #ବାତ୍ୟା_ହେବ_ଦୁର୍ବଳ ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଲା ଧବଳ ବାନା । ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଛି #puri #srijagannathtemple #CycloneDana #flagchange #whiteflag #NandighoshaTV

5 Comments

Amrut Mishra's profile picture
Amrut Mishra1 year ago

ଜୟ ଜଗନ୍ନାଥ 🙏

Solar Heavy's profile picture
Solar Heavy1 year ago

- All I Knew

racer_sandip_army_lovers's profile picture
racer_sandip_army_lovers1 year ago

Jai jagannath 🚩🙏🚩🙏🚩

Yourscarecrow's profile picture
Yourscarecrow1 year ago

Jai jagannath swami 🙏🙏

MADHUSMITA NAYAK's profile picture
MADHUSMITA NAYAK1 year ago

Jay jagannath 🙏

Related Videos

ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖି ସେମାନଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟ ରଖି ବାତ୍ୟାକୁ ସଫଳତାର ସହ ମୁକାବିଲା କରି ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର ସୁରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ସମଗ୍ର ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ଧନ୍ୟବାଦ ଜଣାଇବା ସହ ସରକାର ଲୋକଙ୍କ ସହ ସବୁବେଳେ, ସବୁ ସମୟରେ ଦୃଢ଼ ଭାବେ ଛିଡା ହୋଇଛନ୍ତି ଏବଂ ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। #OdishaBravesDana #CycloneDana

CMO Odisha

29,048 views • 1 year ago

ବାତ୍ୟା ‘ମୋନ୍ଥା’ର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ :- ➡️ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ➡️ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ ୨,୦୪୮ଟି ବାତ୍ୟା, ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ➡️ ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ସୁରକ୍ଷିତ ସ୍ଥାନାନ୍ତର, ଆବଶ୍ୟକ ହେଲେ ସ୍ଥାନାନ୍ତରିତ ହେବେ ଆହୁରି ୩୦,୫୫୪ ଜଣ ➡️ ୧,୮୭୧ ଜଣ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ, ସମୁଦାୟ ୨,୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ➡️ ସମୁଦାୟ ୩୦ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ ଓ ୫ଟି NDRF ଦଳ ମୁତୟନ ➡️ ଆସନ୍ତା ଦୁଇ-ତିନି ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକମାନଙ୍କୁ ନିଷେଧ କରାଯାଇଛି ➡️ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି ➡️ ୮ଟି ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ➡️ ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ପ୍ରସ୍ତୁତ ଏବଂ ବିଦ୍ୟୁତ ଯୋଗାଣ ପାଇଁ ବିକଳ୍ପ ଭାବେ ଡିଜି ସେଟ୍‌ ମହଜୁଦ୍ ରହିଛି ➡️ ପ୍ରଭାବିତ ଅଞ୍ଚଳରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ ରହିଛି ➡️ ବାତ୍ୟା ପରେ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ କରି ଜରୁରୀ ମୁତାବକ ସହାୟତା ପ୍ରଦାନ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ବାତ୍ୟା ମୋନ୍ଥାର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି 'ଜିରୋ କାଜୁଆଲ୍‌ଟି' ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

CMO Odisha

12,008 views • 11 months ago

କଟକ ଏସ.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଘଟିଥିବା ଆକସ୍ମିକ ଅଗ୍ନି ଦୁର୍ଘଟଣାକୁ ଗୁରୁତ୍ଵର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆହତ ରୋଗୀଙ୍କ ସ୍ଥାନାନ୍ତରଣ ସହ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ (CMRF)ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍‌(PMNRF)ରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ତଥା ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏସ.ସି.ବି ମେଡିକାଲର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହିଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସତର୍କ ରହିବା ପାଇଁ ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସରକାର ଦାୟିତ୍ଵ ନେଲାପରେ ହସ୍ପିଟାଲମାନଙ୍କରେ ଅତ୍ୟାଧୁନିକ ଅଗ୍ନି ନିରୋଧକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂପୂର୍ଣ୍ଣ ସଜାଗ ଓ ପ୍ରଚେଷ୍ଠାରତ ଅଛନ୍ତି । ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ପାଇଁ ରାଜ୍ୟ ବଜେଟରେ ପ୍ରଥମଥର ପାଇଁ ଅର୍ଥ ବରାଦ ମଧ୍ୟ କରାଯାଇଛି।

Dr. Mukesh Mahaling

12,370 views • 6 months ago