
Dr. Mukesh Mahaling
@MahalingMukesh • 18,511 subscribers
Cabinet Minister of Health & Family Welfare, Parliamentary Affairs,Electronics & IT, Govt of Odisha. MLA Loisingha. Former Env. Scientist, Govt of Odisha.
Shorts
Videos

ଜଳ ନେତି କ୍ରିୟା ଏକ ପୁରାତନ ଯୋଗ ପଦ୍ଧତି ଅଟେ। ଏହା ପ୍ରାକୃତିକ ଚିକିତ୍ସା ତଥା ଯୋଗ ଶାସ୍ତ୍ରରେ ବର୍ଣ୍ଣିତ 'ଷଟକର୍ମ' ର ଅନ୍ତର୍ଗତ। ନିୟମିତ କିଛି ସମୟ ଏହି ଯୋଗ ପଦ୍ଧତି ଅଭ୍ୟାସ କରିବା ଦ୍ୱାରା ଆମର ମାନସିକ ବିକାର ବା ରୋଗ ସବୁ ଦୂର ହୋଇଥାଏ। ଏହା ସହିତ ମାଇଗ୍ରେନ ଏବଂ ଅନିଦ୍ରା ଭଳି ସମସ୍ୟାରେ ବିଶେଷ ଲାଭ ମିଳିଥାଏ। ଯେଉଁମାନଙ୍କୁ ଅନେକ ଦିନ ଧରି ଥଣ୍ଡା ସମସ୍ୟା ଲାଗି ରହିଥାଏ, ସେଥିରେ ମଧ୍ୟ ଏହି ଜଳ ନେତି ଅଭ୍ୟାସ ଦ୍ୱାରା ଶୀଘ୍ର ଉପଶମ ମିଳେ।
Dr. Mukesh Mahaling22,161 Aufrufe • vor 16 Tagen

Odisha: Ready for the future. Ready for AI Under the visionary leadership of Hon’ble PM Shri Narendra Modi Ji and Hon’ble CM Shri Mohan Charan Majhi Ji, Odisha is emerging as a national hub for Artificial Intelligence. Odisha has signed an MoU with Sarvam AI to build a sovereign AI capacity hub - a landmark step towards India’s self-reliant AI future. This is not just a data centre; it is a strategic move to position Odisha as India’s leading AI capacity provider. From a mines-driven economy to a mind-driven economy, Odisha is redefining its growth trajectory. Traditionally known for its mineral and metal-driven strengths, the State is now decisively transitioning towards a technology-led digital economy. The partnership envisions a 50 MW AI-optimised facility with an investment of around ₹20,000 crore, backed by significant capital investment incentives from the State. The facility will host nearly 25,000 GPUs, create thousands of high-skilled direct and indirect jobs, and firmly establish Odisha as a key pillar of India’s sovereign AI and compute ecosystem, accelerating the journey towards Viksit Odisha, Viksit Bharat. #ViksitOdisha #ViksitBharat
Dr. Mukesh Mahaling27,207 Aufrufe • vor 5 Monaten

ଡବଲ ଇଞ୍ଜିନ ସରକାରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗଶାଳା ହେବ ଓଡ଼ିଶା ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଏଆଇର ବିକାଶ, ପ୍ରୟୋଗ ଏବଂ କାର୍ଯ୍ୟକାରିତା ବ୍ୟାପକ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ତିନି ସୂତ୍ର 3P (People, Planet , Progress) ର ସଫଳ କ୍ରିୟାନ୍ଵୟନ ମଧ୍ୟ କରାଯାଇଛି। ରାଜ୍ଯରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ଵରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ଯରେ ହୋଇଥିବା Black Swan Summit ରେ SARVAM AI ସହ ଏକ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ଵାରା ମୋଟ ୨୦ ହଜାର କୋଟି ଟଙ୍କା ନିବେଶରେ ଏକ ୫୦ ମେଗା ୱାଟ AI ଅପଟିମାଇଜ ସୁବିଧା ସ୍ଥାପନ ହେବ ଏବଂ ଏଥିପାଇଁ ଆବଶ୍ୟକୀୟ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ। ଏହି ପଦକ୍ଷେପ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ସହ ରାଜ୍ଯର ଯୁବବର୍ଗଙ୍କ ସ୍ଵପ୍ନକୁ ସାକାର କରିବ। ଏଆଇର ବ୍ୟାପକତା ଆଗାମୀ ଦିନରେ 'ବିକଶିତ ଓଡ଼ିଶା' ଗଠନକୁ ସାକାର ରୂପ ଦେବା ସହ ବିକଶିତ ଭାରତ ଗଠନକୁ ଆଗେଇ ନେବାରେ ସହାୟକ ହେବ। #ViksitOdisha #Ai
Dr. Mukesh Mahaling18,771 Aufrufe • vor 5 Monaten

କଥା ଦେଇଥିଲୁ କଥା ରଖିଲୁ ପ୍ରଥମ କ୍ୟାବିନେଟ୍ ବୈଠକ ରେ ଧାନର MSP ୩୧୦୦ ଟଙ୍କା କରିବା ପାଇଁ ନିଷ୍ପତ୍ତି ନିଆଗଲା।
Dr. Mukesh Mahaling55,879 Aufrufe • vor 2 Jahren

କଟକ ଏସ.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଘଟିଥିବା ଆକସ୍ମିକ ଅଗ୍ନି ଦୁର୍ଘଟଣାକୁ ଗୁରୁତ୍ଵର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆହତ ରୋଗୀଙ୍କ ସ୍ଥାନାନ୍ତରଣ ସହ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ (CMRF)ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍(PMNRF)ରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ତଥା ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏସ.ସି.ବି ମେଡିକାଲର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହିଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସତର୍କ ରହିବା ପାଇଁ ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସରକାର ଦାୟିତ୍ଵ ନେଲାପରେ ହସ୍ପିଟାଲମାନଙ୍କରେ ଅତ୍ୟାଧୁନିକ ଅଗ୍ନି ନିରୋଧକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂପୂର୍ଣ୍ଣ ସଜାଗ ଓ ପ୍ରଚେଷ୍ଠାରତ ଅଛନ୍ତି । ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ପାଇଁ ରାଜ୍ୟ ବଜେଟରେ ପ୍ରଥମଥର ପାଇଁ ଅର୍ଥ ବରାଦ ମଧ୍ୟ କରାଯାଇଛି।
Dr. Mukesh Mahaling12,362 Aufrufe • vor 3 Monaten

ନିଜେ ଅସୁସ୍ଥ ଥାଇ ଦେହରେ ସାଲାଇନ ଲାଗିଥିବା ଅବସ୍ଥାରେ ମଧ୍ୟ ରୋଗୀଙ୍କ ସେବା ଜାରି ରଖିଥିବା ଗଜପତି ଜିଲ୍ଲା ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କରଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି ଏବଂ ଏହିଭଳି ସମର୍ପଣ ଭାବ ପାଇଁ ତାଙ୍କୁ ସାଧୁବାଦ ଜଣାଇଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
Dr. Mukesh Mahaling32,071 Aufrufe • vor 1 Jahr

ଆମେ ସମସ୍ତେ ଏକାଠି ହୋଇ ବାତ୍ୟା “ଦାନା” ସହ ଦୃଢ଼ତାର ସହ ମୁକାବିଲା କରିଅଛୁ। ବିପଦ ସମୟରେ ସମସ୍ତେ ସାଥୀ ହୋଇ ଛିଡ଼ା ହେବା ମାନବିକତାର ପ୍ରକୃତ ପରିଚୟ। ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ତାଙ୍କର ସାହସିକ କାର୍ଯ୍ୟ ପାଇଁ ଆଜି ଜଣେ ରୋଗୀଙ୍କୁ ନୂଆ ଜୀବନ ମିଳିପାରିଛି । ମାନସଙ୍କ ପରି କର୍ମଚାରୀଙ୍କ ପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗ ଗର୍ବିତ। ଏହିଭଳି ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #OdishaBravesDana
Dr. Mukesh Mahaling25,348 Aufrufe • vor 1 Jahr

ଓଡ଼ିଶାର ବରପୁତ୍ର ମାନେ ହେଉଛନ୍ତି ଓଡ଼ିଆ ଅସ୍ମିତା ର ପ୍ରତୀକ। ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ହେଉଛି ସରକାର ଙ୍କ କର୍ତ୍ତବ୍ୟ। ତେଣୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଘେଁସ୍ ଜମିଦାର୍ ସହିଦ ମାଧୋ ସିଂ ଙ୍କ ସ୍ମୃତିରେ ସରକାର୍ ଆରମ୍ଭ କରିଛନ୍ତି ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ହାର କମାଇବରେ ସହାୟକ ହେବ ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଏହି ଯୋଜନା ମାଧ୍ୟମରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା।
Dr. Mukesh Mahaling27,592 Aufrufe • vor 1 Jahr

୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକଙ୍କ ସହିତ ଫୋନ ଯୋଗେ କଥା ହୋଇ ବାତ୍ୟା “ଦାନା” ସମୟରେ ତାଙ୍କ ସାହସିକତା ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଧନ୍ୟବାଦ ଜଣାଇଲି। ଆଗାମୀ ଦିନରେ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯିବ । #OdishaBravesDana
Dr. Mukesh Mahaling19,156 Aufrufe • vor 1 Jahr

ପୂର୍ବ ସରକାର ୨୪ ବର୍ଷର ଶାସନରେ ଯାହା କରିପାରିନଥିଲେ, ଡବଲ ଇଞ୍ଜିନ ସରକାର ବର୍ଷେ ଭିତରେ ତାହା କରି ଦେଖାଇଲେ.. ରାଜ୍ୟରେ ସରକାରୀ ଚାକିରୀରେ ପ୍ରବେଶର ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନିଷ୍ପତ୍ତି ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି। #CabinetDecisions #OdishaCabinet
Dr. Mukesh Mahaling13,682 Aufrufe • vor 1 Jahr

ଗରିବ କଲ୍ୟାଣ, ପର୍ଯ୍ୟଟନର ବିକାଶ, ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା, ସ୍ବାସ୍ଥ୍ୟସେବା ରେ ସୁଧାର ପାଇଁ ସବୁ ଜିଲ୍ଲାରେ ମେଡ଼ିକାଲ୍ କଲେଜ ଖୋଲି ୩୦୦୦ ଡାକ୍ତର ପଦବୀ ସୃଷ୍ଟି କରିବା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ।
Dr. Mukesh Mahaling17,365 Aufrufe • vor 1 Jahr

ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଏହା ଦ୍ଵାରା ଆଗାମୀ ଦିନରେ ରାଜ୍ଯରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆହୁରି ସୁଦୃଢ ହେବା ସହ ସୁସ୍ଥ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେବ। #ବିକଶିତଓଡ଼ିଶା
Dr. Mukesh Mahaling12,620 Aufrufe • vor 1 Jahr

ବିରୋଧୀ ଦଳ, ରାଜ୍ୟର ବେକାରୀ ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବାର ଅର୍ଥ ତାଙ୍କର ୨୪ ବର୍ଷର ସ୍ଥାଣୁ ସରକାର ର ଅପାରଗତା ସମ୍ପର୍କରେ ପ୍ରଶ୍ନ କରିବା। ଗତ ୨୪ ବର୍ଷ ମଧ୍ୟରେ ପୂର୍ବ ସରକାର ଯାହା କରିବା ପାଇଁ ଚିନ୍ତା ମଧ୍ୟ କରିନଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଆମ ସରକାର ଦୁଇ ମାସ ମଧ୍ୟରେ ତାହା ପୁରା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ୫ ବର୍ଷ ଭିତରେ ଆମ ସରକାର ଦେଢ଼ ଲକ୍ଷ ପଦବୀ ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବର୍ତ୍ତମାନ ଖାଲିଥିବା ୧ଲକ୍ଷ ୩୨ହଜାର ୪୫୯ଟି ମୂଳ ପଦବୀରୁ ୯୨ହଜାର ୨୦୩ ଟି ପଦବୀ ପୂରଣ ପାଇଁ ଅନୁମୋଦନ ମିଳିସାରିଛି। ନିଯୁକ୍ତି ମେଳା ମାଧ୍ୟମରେ ଡିସେମ୍ବର ୨୦୨୪ ଭିତରେ ଆମ ସରକାର ୩୪୬୮୬ ଟି ପଦବୀ ପୂରଣ କରିବ। ତନ୍ମଧ୍ୟରୁ ଜୁଲାଇ ମାସରେ ୨୩୪ ଓ ଅଗଷ୍ଟ ମାସରେ ୬୬୪ ଟି ପଦବୀ ପୂରଣ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ୨୧୯୮୧ , ଅକ୍ଟୋବର ମାସରେ ୨୦୩୮, ନଭେମ୍ବର ମାସରେ ୨୮୪୫ ଏବଂ ଡିସେମ୍ବର ମାସରେ ୬୯୮୭ ଟି ମୂଳ ପଦବୀ ପୂରଣ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ହ୍ରାସ ଏବଂ ଖାଲି ପଡିଥିବା ସରକାରୀ ପଦବୀକୁ ପୂରଣ କରିବାପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।
Dr. Mukesh Mahaling11,850 Aufrufe • vor 1 Jahr