Dr. Mukesh Mahaling's banner
Dr. Mukesh Mahaling's profile picture

Dr. Mukesh Mahaling

@MahalingMukesh18,511 subscribers

Cabinet Minister of Health & Family Welfare, Parliamentary Affairs,Electronics & IT, Govt of Odisha. MLA Loisingha. Former Env. Scientist, Govt of Odisha.

Shorts

ସମ୍ବଲପୁର ରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ #AIIMS

ସମ୍ବଲପୁର ରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ #AIIMS

37,595 görüntüleme

Videos

MahalingMukesh's profile picture

ଡବଲ ଇଞ୍ଜିନ ସରକାରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗଶାଳା ହେବ ଓଡ଼ିଶା ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଏଆଇର ବିକାଶ, ପ୍ରୟୋଗ ଏବଂ କାର୍ଯ୍ୟକାରିତା ବ୍ୟାପକ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ତିନି ସୂତ୍ର 3P (People, Planet , Progress) ର ସଫଳ କ୍ରିୟାନ୍ଵୟନ ମଧ୍ୟ କରାଯାଇଛି। ରାଜ୍ଯରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ଵରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ଯରେ ହୋଇଥିବା Black Swan Summit ରେ SARVAM AI ସହ ଏକ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ଵାରା ମୋଟ ୨୦ ହଜାର କୋଟି ଟଙ୍କା ନିବେଶରେ ଏକ ୫୦ ମେଗା ୱାଟ AI ଅପଟିମାଇଜ ସୁବିଧା ସ୍ଥାପନ ହେବ ଏବଂ ଏଥିପାଇଁ ଆବଶ୍ୟକୀୟ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ। ଏହି ପଦକ୍ଷେପ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ସହ ରାଜ୍ଯର ଯୁବବର୍ଗଙ୍କ ସ୍ଵପ୍ନକୁ ସାକାର କରିବ। ଏଆଇର ବ୍ୟାପକତା ଆଗାମୀ ଦିନରେ 'ବିକଶିତ ଓଡ଼ିଶା' ଗଠନକୁ ସାକାର ରୂପ ଦେବା ସହ ବିକଶିତ ଭାରତ ଗଠନକୁ ଆଗେଇ ନେବାରେ ସହାୟକ ହେବ। #ViksitOdisha #Ai

Dr. Mukesh Mahaling

18,771 görüntüleme • 5 ay önce

MahalingMukesh's profile picture

କଟକ ଏସ.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଘଟିଥିବା ଆକସ୍ମିକ ଅଗ୍ନି ଦୁର୍ଘଟଣାକୁ ଗୁରୁତ୍ଵର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆହତ ରୋଗୀଙ୍କ ସ୍ଥାନାନ୍ତରଣ ସହ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ (CMRF)ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍‌(PMNRF)ରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ତଥା ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏସ.ସି.ବି ମେଡିକାଲର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହିଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସତର୍କ ରହିବା ପାଇଁ ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସରକାର ଦାୟିତ୍ଵ ନେଲାପରେ ହସ୍ପିଟାଲମାନଙ୍କରେ ଅତ୍ୟାଧୁନିକ ଅଗ୍ନି ନିରୋଧକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂପୂର୍ଣ୍ଣ ସଜାଗ ଓ ପ୍ରଚେଷ୍ଠାରତ ଅଛନ୍ତି । ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ପାଇଁ ରାଜ୍ୟ ବଜେଟରେ ପ୍ରଥମଥର ପାଇଁ ଅର୍ଥ ବରାଦ ମଧ୍ୟ କରାଯାଇଛି।

Dr. Mukesh Mahaling

12,362 görüntüleme • 3 ay önce

MahalingMukesh's profile picture

ବିରୋଧୀ ଦଳ, ରାଜ୍ୟର ବେକାରୀ ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବାର ଅର୍ଥ ତାଙ୍କର ୨୪ ବର୍ଷର ସ୍ଥାଣୁ ସରକାର ର ଅପାରଗତା ସମ୍ପର୍କରେ ପ୍ରଶ୍ନ କରିବା। ଗତ ୨୪ ବର୍ଷ ମଧ୍ୟରେ ପୂର୍ବ ସରକାର ଯାହା କରିବା ପାଇଁ ଚିନ୍ତା ମଧ୍ୟ କରିନଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଆମ ସରକାର ଦୁଇ ମାସ ମଧ୍ୟରେ ତାହା ପୁରା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ୫ ବର୍ଷ ଭିତରେ ଆମ ସରକାର ଦେଢ଼ ଲକ୍ଷ ପଦବୀ ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବର୍ତ୍ତମାନ ଖାଲିଥିବା ୧ଲକ୍ଷ ୩୨ହଜାର ୪୫୯ଟି ମୂଳ ପଦବୀରୁ ୯୨ହଜାର ୨୦୩ ଟି ପଦବୀ ପୂରଣ ପାଇଁ ଅନୁମୋଦନ ମିଳିସାରିଛି। ନିଯୁକ୍ତି ମେଳା ମାଧ୍ୟମରେ ଡିସେମ୍ବର ୨୦୨୪ ଭିତରେ ଆମ ସରକାର ୩୪୬୮୬ ଟି ପଦବୀ ପୂରଣ କରିବ। ତନ୍ମଧ୍ୟରୁ ଜୁଲାଇ ମାସରେ ୨୩୪ ଓ ଅଗଷ୍ଟ ମାସରେ ୬୬୪ ଟି ପଦବୀ ପୂରଣ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ୨୧୯୮୧ , ଅକ୍ଟୋବର ମାସରେ ୨୦୩୮, ନଭେମ୍ବର ମାସରେ ୨୮୪୫ ଏବଂ ଡିସେମ୍ବର ମାସରେ ୬୯୮୭ ଟି ମୂଳ ପଦବୀ ପୂରଣ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ହ୍ରାସ ଏବଂ ଖାଲି ପଡିଥିବା ସରକାରୀ ପଦବୀକୁ ପୂରଣ କରିବାପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।

Dr. Mukesh Mahaling

11,850 görüntüleme • 1 yıl önce